ରାଜ୍ୟସଭାରେ ହାଇଡ୍ରାମା; ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ବୟାନ୍ କପି ଛଡାଇ ନେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧି । ଯେଉଁଥିପାଇଁ ୩ ଦିନ ହେବ ଗୃହ କାର୍ଯ୍ୟ ଠିକ୍ ଭାବେ ପରିଚାଳିତ ହୋଇପାରୁନାହିଁ । କୃଷି ଆନ୍ଦୋଳନ ବ୍ୟତୀତ କରୋନା, ପେଗାସସ୍, ଦରଦାମ୍ ବୃଦ୍ଧି ଭଳି ପ୍ରସଙ୍ଗ ବିରୋଧି ଉଠାଉଥିବା ବେଳେ ଏପଟେ କୃଷକ ସଙ୍ଗଠନ ପକ୍ଷରୁ ଜନ୍ତରମନ୍ତରରେ ବୈଠକ କରାଯାଇଛି । ଖାସ୍ କରି ପେଗାସସ୍ ହ୍ୟାକିଂ ମାମଲାକୁ ନେଇ ଗୃହରେ ହଟ୍ଟଚମଟ ଦେଖାଦେଇଛି । ଏପରିକି ପେଗାସସ୍ ମାମଲା ଏକ ମିଛ ଏବଂ ଏହାଦ୍ୱାରା ଦେଶର ଛବିକୁ ବିଗାଡିବା ଲାଗି ଚେଷ୍ଟା କରାଯାଉଥିବା କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି କହିଛନ୍ତି। ଏହା ସତ୍ୱେ ବିରୋଧି ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। କଂଗ୍ରେସ ଓ ଟିଏମସିର କାର୍ଯ୍ୟକଳାପ ଠିକ୍ ରହୁନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଅପରପକ୍ଷେ ରାଜ୍ୟସଭାରେ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ୍ ମାମଲାରେ ବୟାନ୍ ଦେବା ପୂର୍ବରୁ ତାଙ୍କ ହାତରୁ କାଗଜ ଛଡାଇ ଉପସଭାପତିଙ୍କ ଆଡକୁ ଫୋପାଡିଛନ୍ତି ଟିଏମସି ସାଂସଦ ଶାନ୍ତନୁ ସେନ୍ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ। ଏହାବ୍ୟତୀତ ଗୃହକୁ ଆସନ୍ତାକାଲି ଦିନ ୧୧ଟା ଯାଏଁ ସ୍ଥଗିତ ମଧ୍ୟ କରାଯାଇଛି । ଟିଏମସି ସାଂସଦ ମାନେ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ବୟାନର କପି ନେଇ ଫାଡି ଦେଇଥିବା ସୂଚନା ମିଳିଛି। ସେହିପରି ଲୋକସଭାରେ ବିରୋଧିଙ୍କ ହଙ୍ଗାମା ଯୋଗୁଁ ଠିକ୍ ଭାବେ ଗୃହ ଚାଲି ପାରିନଥିଲା । ଫଳରେ ଲୋକସଭାକୁ ଅପରାହ୍ନ ୪ଟା ଯାଏଁ ସ୍ଥଗିତ କରାଯାଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *