ପଶ୍ଚିମ ଓଡିଶାର ସର୍ଵବୃହତ ରେଲୱେ ଓଭର ବ୍ରିଜ, ଭିଡ଼ିଓ କନ୍‌ଫରେ‌ନ୍ସିଂ ଜରିଆରେ ୭୨ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ : ଆଜି ଟିଟିଲାଗଡ଼ ସହରର ଦୀର୍ଘ ଅର୍ଦ୍ଧ ଶତାଦ୍ଦୀ ଧରି ଚାତକ ପରି ଅନେକ ବସି ଥିବା ଟିଟିଲାଗଡ଼ ବାସୀ ଙ୍କ ସ୍ଵପ୍ନ ବାସ୍ତବିକ ରୂପ ନେଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ସଫରେସିଂଙ୍ଗ ମାଧ୍ୟମ ରେ ଏହି ଓଭର ବ୍ରିଜ କୁ ସର୍ବ ସାହାରଣ ଙ୍କ ପାଇଁ ଲୋକାପିତ କରିଛନ୍ତି । ଏଥିପାଇଁ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ଅହର ରହ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଟିଟିଲାଗଡ଼ ବାସୀଙ୍କ ସ୍ୱପ୍ନ ଏକ ପ୍ରକାର ସାକାର ହୋଇଛି।ଯାହାକୁ ନେଇ ଟିଟିଲାଗଡ଼ ବାସୀ ତଥା ଦଳ ଗତ ନିର୍ବି ଶେଷରେ ସମସ୍ତେ ଏହି କାମ କୁ ବେଶ ପ୍ରଶଂସା କରିଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ଙ୍କ ପ୍ରଚେଷ୍ଟା ରେ ତଥା ରାଜ୍ୟ ସରକାର ଙ୍କ ଉଦ୍ୟମ ରେ ସମ୍ପୂର୍ଣ୍ଣ ହୋଇ ଥିବା ଏହି ଓଭର ବ୍ରିଜ କୁ ଯୁଦ୍ଧ କାଳୀନ ଭିତ୍ତି ରେ ଉଦଘାଟନ କରି ଥିବାରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଭିନ୍ନ ଭିନ୍ନ ସମୟ ରେ ପ୍ରେସ ଇସ୍ତା ହାର ଦେଇ ଉନ୍ନୟନ କାର‌୍ୟ୍ୟ କୁ ପ୍ରଶଂସା କରିଛନ୍ତି।ଟିଟିଲାଗଡ଼ ପୁଲିସ ଷ୍ଟେସନ ଛକରେ ଉଦଘାଟନି ଉତ୍ସବ କୁ ସଫଳ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଟିଟିଲାଗଡ଼ ପ୍ରଶାସନ ଦିନ ରାତି ଏକ କରି ସାଜସଜ୍ଜା କରିଥିଲେ।ଅପରାହ୍ନ ସନ୍ଧ୍ୟା ୫ଟା ୩୦ ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ।ଏହି ଉଦଘାଟିନି ଉତ୍ସବରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଷ୍ଟିଲ ଏବଂ ମାଇଣ୍ଡ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଟିଟିଲାଗଡ଼ ବିଧାୟିକା ତଥା ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ,ବଲାଙ୍ଗୀର ସଂସାଦ ସଂଗୀତା କୁମାର ସିଂଦେଓ ପ୍ରମୁକ ରହି ଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଚାଞ୍ଚଳ ରାଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଟିଟିଲାଗଡ଼ ଉପ ଜିଲ୍ଲାପାଳ ସୋମେଷ ଉପାଧ୍ୟାୟ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

ତେବେ ଟିଟିଲାଗଡ଼ ସହରକୁ ଦୁଇ ଭାଗରେ ବିଭକ୍ତ କରୁ ଥିବା ହାଟପଡା ସ୍ଥିତ ରେଳ ଫାଟକ ଦିନ କୁ ୧୮ ଘଣ୍ଟା ଧରି ବନ୍ଦ ରହୁ ଥିବା ରୁ ଟିଟିଲାଗଡ ସହରରେ ଟ୍ରାଫିକ ସମସ୍ୟା ଉଗ୍ର ରୂପ ଧାରଣ କରି ଥିଲା।ଅତି ତକି ଅଵ ଲୋକକନ କଲେ ରେଳ ଫାଟକ ବନ୍ଦ ପଡି ଥିବା ଯୋଗୁଁ ଗୁରୁତର ରୋଗୀ ମାନେ ଉତ୍ତମ ଚିକିତ୍ସା ପାଇଁ ନ ପାରି ରେଳ ଫାଟ କରେ ମୃତ୍ୟୁ ବରଣ କରିଥିଲେ।ଏମିତିକି ଟିଟିଲାଗଡ଼ଅନେକ ଗର୍ଭବତୀ ମହିଳା ବି ରେଳ ଫାଟକ ବନ୍ଦ ପଡି ଥିବା ଯୋଗୁଁ ସେଠାରୁ ପ୍ରସବ ଯନ୍ତ୍ରଣା ସହ୍ୟ କରିନ ପାରି ଛୁଆ ଜନ୍ମ କରି ଥିବା ନଜର ରହିଛି। ଟିଟିଲାଗଡ ସହର ର ଗୋଟିଏ ପାର୍ଶ୍ଵ ରେ ସାପ୍ତାହିକ ବଜାର , ଡି ଏ ଭି କଲେଜ, ଆର ଡି ଅଫିସ , କୃଷି ବିଭାଗ, ବ୍ଲକ କାର‌୍ୟ୍ୟାଳୟ , ମୁକ୍ତି ଧାମ ସହ ସିଂଧେକେଲା , ବଙ୍ଗୋମୁଣ୍ଡା , କଣ୍ଟାବାଞ୍ଜି , ନୂଆପଡା ଜିଲ୍ଲା ଦେଇ ଛତିଶଗଡ କୁ ସଂଯୋଗ କରିଛି ରାସ୍ତା। ରେଳ ଫାଟକ ର ଅପର ପାର୍ଶ୍ଵ ରେ ଟିଟିଲାଗଡ ମୁଖ୍ୟ ସହର , ପୌରପରିସଦ ଅଫିସ, ଉପ ଜିଲ୍ଲାପାଳ କାର‌୍ୟ୍ୟାଳୟ , ତହସିଲ କାର‌୍ୟ୍ୟାଳୟ , ରେଲୱେ ଷ୍ଟେସନ, ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସମେତ ଅନେକ ସରକାରୀ ସ୍କୁଲ ରହିଛି। ଟିଟିଲାଗଡ ସହର ପୂର୍ବତଟ ରେଳବାଇ ର ଏକ ମୁଖ୍ୟ ରେଳ ଜଙ୍କସନ ହୋଇ ଥିବାରୁ ପ୍ରତିଦିନ ଶହେ ରୁ ଉର୍ଦ୍ଧ ମାଲବାହୀ ଟ୍ରେନ, ପସେଞ୍ଜର, ଏକ୍ସପ୍ରେସ ଯାତାୟାତ କରିବା ଯୋଗୁଁ ଅଧିକାଂଶ ସମୟ ରେ ଫାଟକ ବନ୍ଦ ପଡି ରହୁଥିଲା। ଯାହାକୁ ନେଇ ୧୯୮୬ ମସିହା ରୁ ଆନ୍ଦୋଳନ ତେଜିବାରେ ଲାଗିଥିଲା।

ଯାହାକୁ ନେଇ ତତ୍କାଳୀନ ରେଳ ମନ୍ତ୍ରୀ ଭକ୍ତ ଚରଣ ଦାସ ୧୯୮୯ମସିହା ରେ ପ୍ରଥମେ ଶିଳାନ୍ୟାସ କରିଥିଲେ। ପରେ ବଲାଙ୍ଗୀର ତତ୍କାଳୀନ ସଂସଦ ଶରତ ପଟନାୟକ, ସଂଗୀତା କୁମାରୀ ସିଂ ଦେଓ କାଲିକେଶ ନାରାୟଣ ସିଂ ଦେଓ , ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ତତ୍କାଳୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ସମେତ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଶିଳାନ୍ୟାସ କରିଥିଲେ। ହେଲେ ଓଭର ବ୍ରିଜ କାମ ଆଗେଇ ପାରିନଥିଲା। ୨୦୦୫ ମସିହା ରେ ଟିଟିଲାଗଡ ର ଉଦୟମାନ ଯୁବ ନେତା ସ୍ବର୍ଗତ ଅଭିମନ୍ୟୁ ସାହୁଙ୍କ ଦ୍ଵାରା ଓଭର ବ୍ରିଜ ନିର୍ମାଣ ନେଇ ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦ୍ୟୁତିୟ ଥର ପାଇଁ ଅନଙ୍ଗ ଉଦୟ ସିଂହଦେଓ ଓଭର ବ୍ରିଜ ର ଶିଳାନ୍ୟାସ କରିବା ପରେ କାମ ଆରମ୍ଭ ହୋଇଥିଲା। ପ୍ରଥମ ପର‌୍ୟ୍ୟାୟରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ମିଳିତ ବ୍ୟୟ ବରାଦ କମ ରହିଥିବା ବେଲେ ପରବର୍ତ୍ତି ପର‌୍ୟୟରେ ୭୨ କୋଟି ଛୁଇଁ ଥିଲା।

ତେବେ ଏହି ଟିଟିଲାଗଡ ଥାନା ଛକ ଠାରୁ ଆରମ୍ଭ ହୋଇ ଡିଏଭି କଲେଜ ଖେଳ ପଡିଆ ନିକଟରେ ଶେଷ ହୋଇଥିବା ଏହି ଓଭର ବ୍ରିଜଟି ଦୀର୍ଘ ଏକ କିଲୋମିଟର ଯାଏ ଲମ୍ବି ରହିଛି । ୭୧.୫୯ କୋଟି ମଧ୍ୟରେ ରାଜ୍ୟ ସରକାରଙ୍କ ଅଂଶ ୩୮.୪୩ କୋଟି ଏବଂ ଭାରତୀୟ ରେଳ ବିଭାଗର ୩୩.୧୬ କୋଟି ଅଂଶଧନ ଅନ୍ତର୍ଭୁକ୍ତ । ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଆପ୍ରାଣ ଚେଷ୍ଟା ବଳରେ ବହୁ ବାଧାବିଘ୍ନକୁ ଅତିକ୍ରମ କରି ସଂପୂର୍ଣ୍ଣ ହୋଇଥିବା ଟିଟିଲାଗଡବାସୀଙ୍କ ବହୁ ଦିନର ସ୍ବପ୍ନ ରେଳ ଓଭର ବ୍ରିଜ ନିର୍ମାଣ କାର‌୍ୟ୍ୟ ଶେଷ ହୋଇ ଉଦଘାଟନ ହୋଇଛି। ଏହି ବ୍ରିଜଟି ବିଭିନ୍ନ ପ୍ରକାର ସମ୍ବଲପୁରୀ ସାଂସ୍କୃତିକ କଳାରେ ରଙ୍ଗେଇ ହୋଇ ସାଜସଜା ହୋଇଛି । ଟିଟିଲାଗଡ ସହରବାସୀ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *