ଜମି ଜାଲିଆତିରେ ମାମଲାରେ ଗିରଫ ହେଲେ ତହସିଲଦାର୍

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ଆଜି ଜଣେ ତହସିଲଦାର୍ ଆଜି ଗିରଫ ହୋଇଛନ୍ତି । ତହସିଲଦାର୍ ଙ୍କ ସମେତ ୪ ଜଣ ଆରଆଇ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି । କୁଜଙ୍ଗର ପୂର୍ବତନ ତହସିଲଦାର୍ ରମେଶ ଚନ୍ଦ୍ର ପଣ୍ଡା ଗିରଫ ହୋଇଛନ୍ତି । ତହସିଲଦାର୍ ରମେଶ ଚନ୍ଦ୍ର ପଣ୍ଡା ଓ ୪ଜଣ ଆରଆଇ ଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୂଚନା ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲରେ ଜାଲିଆତି ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଥିଲା । ଗିରଫ ହୋଇଥିବା ରମେଶ ଚନ୍ଦ୍ର ପଣ୍ଡା ବର୍ତ୍ତମାନ ଭଦ୍ରକ ଜିଲ୍ଲା ତିହିଡ଼ିର ତହସିଲଦାର୍ ଅଛନ୍ତି । ତେବେ ମୋଟ ୧୬ ଜଣଙ୍କ ନାମରେ ମାମଲା ହୋଇଥିବା କହିଛନ୍ତି ଭିଜିଲାନ୍ସ ଏସପି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *