ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା : ଝାରପଡ଼ା ଜେଲ୍‌ରେ ଟିଆଇ ପରେଡ୍ ସରିଲା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ୱାଳକୁ ଚିହ୍ନଟ କରିବା ସକାଶେ ଆଜି ମଧ୍ୟାହ୍ଣରେ ଟିଆଇ ପରେଡ୍ ହୋଇଥିଲା । ସୂଚନା ଅନୁଯାୟୀ, ଝାରପଡ଼ା ଜେଲ୍ ପରିସରରେ ଥିବା ହଲ୍ ଭିତରେ ଜେଏମ୍‌ଏଫ୍‌ସି ସୃଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ କରାଯାଇଛି । ବିବନ ସମେତ ୧୦ ଜଣ କଏଦୀଙ୍କୁ ଏକାଠି କରି ଗୋଟିଏ ଧାଡ଼ିରେ ଛିଡ଼ା କରାଯାଇଥିଲା । ସେହି ୧୦ ଜଣଙ୍କ ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ସମାନ ରହିଥିଲା । ତେବେ ଅଞ୍ଜନା ମିଶ୍ର ଜଣଙ୍କୁ ଚିହ୍ନଟ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମାତ୍ର ଟିଆଇ ପରେଡ୍ ପରେ ଜେଲ୍ ବାହାରକୁ ଆସି ସେ ଏ ବାବତରେ କିଛି କହି ନ ଥିଲେ ।

ଟିଆଇ ପରେଡ୍ ସମୟରେ ୧୦ ଜଣ ଅପରାଧୀ ଥିଲେ ଓ ଏହାର ଫଳାଫଳ କୋର୍ଟରୁ ଜଣାପଡ଼ିବ, ମୁଁ କେମିତି କହିବି ବୋଲି ମତ ରଖିଥିଲେ ଅଞ୍ଜନା । ଟିଆଇ ପରେଡ୍ ସମୟରେ ମାଜିଷ୍ଟ୍ରେଟ ଓ ଜେଲ୍‌ର ଅଧିକାରୀ ଉପସ୍ଥିତ ଥିଲେ । ବ୍ୟବସ୍ଥା ଅନୁସାରେ, ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ । ଏହାର କାଗଜପତ୍ର ମଧ୍ୟ ରହିବ । ଯେଉଁ ଜେଲ୍ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ । କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ; ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ ।

ଅନ୍ୟପକ୍ଷରେ ମାମଲାର ଅଧିକ ତଦନ୍ତ ଲାଗି ସିବିଆଇ ପକ୍ଷରୁ ବିବନର ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା । କୋର୍ଟ ଦୁଇ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଛନ୍ତି । କୋଲକାତାରୁ ଆସି ଭୁବନେଶ୍ୱରରେ କ୍ୟାମ୍ପ ଅଫିସ ଖୋଲିଥିବା ତଦନ୍ତକାରୀ ଅଧିକାରୀଙ୍କ ସହ ୫ ଜଣିଆ ଟିମ୍ ବିବନକୁ ରିମାଣ୍ଡରେ ଆଣିବା ପରେ ଅଧିକ ତଦନ୍ତ କରି ତା ବିରୋଧରେ ପ୍ରମାଣ ଯୋଗାଡ଼ କରିବେ । ଏହି ସମୟ ଭିତରେ ବିବନର ଡାକ୍ତରୀମାଇନା କରାଯିବ । ଏହା ସହ ତାର ବୟାନ ରେକର୍ଡ କରାଯିବ । ବାରଙ୍ଗରେ ଯେଉଁଠି ଘଟଣା ଘଟିଥିଲା ସେଠାରେ ବିବନକୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିବ ବୋଲି ଜଣାପଡ଼ିଛି । ଏହି ସମୟ ମଧ୍ୟରେ ସାକ୍ଷୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇପାରେ । ଦ୍ୱିତୀୟ ପର୍ଯ୍ୟାୟରେ ସିବିଆଇ ପୁଣି ରିମାଣ୍ଡରେ ନେଇପାରେ ବୋଲି ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *