ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର : ପୁଣି ଜଣେ ଗର୍ଭବତୀ ଭୋଗିଲେ ଜନନୀ ଯନ୍ତ୍ରଣା । ଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି ଇନ୍ଦ୍ରାବତୀ ବିଛିନ୍ନାଞ୍ଚଳ ପୋଡାପଦର ପଞ୍ଚାୟତରେ । ସୂଚନା ଅନୁଯାୟୀ, ପଞ୍ଚାୟତର ଭିତରଡୁଙ୍ଗା ଗ୍ରାମର କୋଣ୍ଡା ମାଝୀଙ୍କ ପତ୍ନୀ ମଙ୍ଗାଇ ମାଝୀ ପ୍ରସବ ପାଇଁ ଛଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାପାଇଁ ଖଟିଆର ବ୍ୟବସ୍ଥା କରି ବୋହି ଆଣିଲେ ଇନ୍ଦ୍ରାବତୀ ଜଳଭଣ୍ଡାରର ତେନ୍ତୁଳି ପଦର ଡଙ୍ଗା ଘାଟକୁ । ଦୀର୍ଘ ଦେଢ଼ କିଲୋମିଟରର ପାହାଡର ଉଚ୍ଚାନିଚା ବିପଦ ସଂକୁଳ ସଂକୀର୍ଣ୍ଣ ରାସ୍ତା ଚାଲିଚାଲି ବୋହି ଆଣିଥିଲେ ଗର୍ଭବତୀ ମଂଙ୍ଗାଏ ମାଝୀଙ୍କୁ । ସେଠାରେ ପୁର୍ବରୁ ସୂଚନା ପାଇ ଆସିଥିବା ବୋଟ ଅମ୍ବୁଲାନ୍ସ ଯୋଗେ ପୋଡାଗଡ ଘାଟକୁ ଅଣାଯାଇଥିବା ଦେଖିବାକୁ ମିଳିଛି ।

ସେଠାରୁ ପୁଣି ୧୦୮ ଅମ୍ବୁଲାନ୍ସରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ସୂଚନାଯୋଗ୍ୟ, ଗତ ୭ ତାରିଖରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ସପ୍ତାହ ମଧ୍ୟରେ ପୁଣି ଆଉ ଜଣେ ଗର୍ଭବତୀ ଭୋଗିଲେ ଜନନୀ ଯନ୍ତ୍ରଣା । ଗାଁକୁ ନାହିଁ ଗମନାଗମନର ବ୍ୟବସ୍ଥା । ଉଚ୍ଚାନିଚା ପାହାଡର ବିପଦ ସଂକୁଳ ସଂକିର୍ଣ୍ଣ ପାଦଚଲା ରାସ୍ତା ଯାତାୟତ କରୁଥିବା ଅଞ୍ଚଳ ବାସୀଙ୍କ ପାଇଁ ବଢାଇଛି ଦୁର୍ଦ୍ଦଶା । ଅନ୍ୟକୁ ଜଳ ଓ ଅନ୍ୟକୁ ଆଲୁଅ ଦେଇ ଆଜି ଭୋକ ଶୋଷର ଶିକାର ହୋଇ ଅନ୍ଧାରରେ ଜୀବନଜିବୀକା । ଆଶଙ୍କାରେ ଏମାନଙ୍କ ଜିବନର ପ୍ରତ୍ୟେକ ମୁହୂର୍ତ୍ତ । କେବେ ଏହି ଅଞ୍ଚଳର ସମସ୍ୟା ଦୂର କରିବେ ସରକାର? କେବେ ଅଞ୍ଚଳ ବାସୀଙ୍କ ଦୁଃଖ ଦୂରହେବ?

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *