ପିପିଲି ଉପନିର୍ବାଚନ: ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ କାଲି ଭୋଟ୍ ଗଣତି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ରେଜଲ୍ଟ ପାଇଁ ଆସନ୍ତାକାଲି ଭୋଟ୍ ଗଣତି। ଏନେଇ ପ୍ରସ୍ତୁତି ସରିଥିବା ବେଳେ ରବିବାର ଦିନ ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ୩ଟି ହଲରେ କାଉଣ୍ଟିଂ ହେବାକୁ ଥିବା ବେଳେ ୨ଟି ହଲରେ ଇଭିଏମ୍, ଗୋଟିଏ ହଲରେ ପୋଷ୍ଟାଲ ବାଲଟ କାଉଣ୍ଟିଂ ହେବ। ସକାଳ ୮ରୁ ପୋଷ୍ଟାଲ ବାଲଟ ଗଣତି ହେବାକୁ ଥିବା ବେଳେ ସାଢେ ୮ରୁ ଇଭିଏମ୍ କାଉଣ୍ଟିଂ ହେବ । କାଉଣ୍ଟିଂର ଭେନ୍ୟୁ ରହିଛି ପୁରୀ ପେଣ୍ଠକଣ୍ଟାର ଇଭିଏମ୍ ୱେୟାର ହାଉସ୍ । ୩ ଜଣ ଆଡିସନାଲ୍ ଏଆରଓଙ୍କ ନୁଯୁକ୍ତି କରାଯାଇଛି । ନିର୍ବାଚନ ଅବଜରଭରଙ୍କ ତତ୍ୱାବଧାନରେ ଭୋଟ୍ ଗଣତି ହେବ ।

କାଉଣ୍ଟିଂ ହଲରେ କାଉଣ୍ଟିଂ ଅଫିସର, ସୁପରଭାଇଜର ଓ ମାଇକ୍ରୋ ଅବଜରଭର ରହିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ଗଣତିରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ECI ଗାଇଡଲାଇନ୍ ଅନୁଯାୟୀ, ଯେଉଁମାନେ ଭୋଟିଂ କେନ୍ଦ୍ରରେ ରହିବେ ସେମାନେ କରୋନା ପ୍ରୋଟୋକଲ୍ ସହ ୨ ଡୋଜ୍ ଭ୍ୟାକ୍ସିନ ନେଇଥିବା ଜରୁରୀ । ସେନେଇ ନଜର ରଖାଯାଇଥିବା ବେଳେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ହେବ । ପ୍ରତି ରାଉଣ୍ଡର ଫଳ ବଡ଼ ସ୍କ୍ରିନରେ ଡିସପ୍ଲେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ୫ଟି ଟେବୁଲରେ ରେଜଲ୍ଟ ଓ ଭିଭିପାଟ୍ ମ୍ୟାଚ୍ ହେବ । ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପିପିଲି ରେଜଲ୍ଟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ମଧ୍ୟ ପ୍ରକାଶ ପାଇବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *