ଭାରତୀୟ ସେନାଙ୍କ ଗୁଳିରେ ୩ ପାକିସ୍ତାନ ଆତଙ୍କୀ ସଫା

ଉରି: ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା । ଉରି ନିକଟସ୍ଥ ରାମପୁର ଅଞ୍ଚଳରେ ଭାରତୀୟ ସେନା ଦ୍ୱାରା ୩ଜଣ ପାକିସ୍ତାନ ଆତଙ୍କବାଦୀ ସଫା ହୋଇଛନ୍ତି । ୩ଜଣ ଆତଙ୍କବାଦୀ ପାକ୍ ଅଧିକୃତ କାଶ୍ମୀର ଦେଇ ଭାରତକୁ ଆସିଥିଲେ ବୋଲି ଜଣାପଡ଼ିଛି । ୩ଜଣଙ୍କ ମୃତ୍ୟୁ ପରେ ସେମାନଙ୍କଠାରୁ ୫ଟି ଏକେ-୪୭ ରାଇଫଲ, ୮ ଟି ପିସ୍ତଲ ଓ ୭୦ ଟି ଗ୍ରେନେଡ ଉଦ୍ଧାର କରାଯାଇଛି । ଲେଫ୍ଟନାଣ୍ଟ ଜେନେରାଲ ଡିପି ପାଣ୍ଡ୍ୟା କହିଛନ୍ତି କି, ତଡକେ ରାମପୁର ଅଞ୍ଚଳରେ ଥିବା ହଥଲଙ୍ଗା ଜଙ୍ଗଲ ନିକଟରେ କିଛି ଆତଙ୍କବାଦୀ ଭାରତ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ । ଏହି ଉଦ୍ୟମକୁ ଯଥାଶୀଘ୍ର ସମ୍ଭବ ବିଫଳ କରାଯାଇଛି । ଏଥିରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଅପରେସନ ଜାରି ରଖାଯାଇଛି । ସୂଚନା ଅନୁଯାୟୀ, ସୀମାରେଖା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେପ୍େଟମ୍ବର ୧୮ ତାରିଖ ରାତିରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି କ୍ରମରେ ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ଅନ୍ୟପଟେ ବୁଧବାର ସୀମାରେଖାଠାରେ ଉଭୟ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଥିଲା । ଏହାପରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବାକୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *