ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କକଡାଗୁଡ଼ା ଗ୍ରାମରେ ଗୋଟିଏ ପରିବାରର ଦୁଇ ଜଣ ମହିଳାଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ମହିଳାଙ୍କୁ ମଙ୍ଗଳବାର ଦିନ ଏବଂ ଅନ୍ୟ ମହିଳାଙ୍କୁ ଆଜି ଆକ୍ରମଣ କରାଯାଇଛି। ଦୁଇ ମହିଳା କକଡାଗୁଡ଼ା ଗ୍ରାମର ଚଞ୍ଚଳା ଗୌଡ଼ (୩୬) ଓ ମଙ୍ଗା ଗୌଡ଼ (୩୨) ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ମଙ୍ଗା ଗୌଡ଼କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ମଙ୍ଗା ଗୌଡ଼ଙ୍କ ଦିଅର ପରମା ଗୌଡ଼ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, କକଡାଗୁଡ଼ା ଗ୍ରାମର ଜଗିନ୍ଦ୍ର ଗୌଡ଼ଙ୍ରକ ମଙ୍ଗା ଗୌଡ଼ ଆଜି ସକାଳ ପ୍ରାୟ ୭ ଘଣ୍ଟ ସମୟରେ ନିଜ ଜମିକୁ ଯାଇ ଫେରୁଥିବା ସମୟରେ ଗ୍ରାମର ମଙ୍ଗଲ ସାଏ ଗୌଡ଼ ଏକ ଟାଙ୍ଗିଆରେ ମଙ୍ଗା ଗୌଡ଼ଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ମଙ୍ଗା ଗୌଡ଼ର ମୁଣ୍ଡ ଓ ହାତରେ ପ୍ରବଳ ଆଘାତ ଲାଗିବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ଟଳି ପଡ଼ିଥିଲେ। ଖବର ଶୁଣି ମଙ୍ଗା ଗୌଡ଼ଙ୍କ ଦିଅର ପରମା ଗୌଡ଼ ଆସି ଉଦ୍ଧାର କରିବା ସମୟରେ ମଙ୍ଗଲ ସାଏର ଭାଇ ଗୁରୁବାରୁ, ପର୍ଶୁ ଓ ଲାଇବାନ ପରମା ଗୌଡ଼ଙ୍କୁ ଆକ୍ରମଣ କରିଥିଲେ।

ଗୁରୁବାରୁ ଗୌଡ଼ ଟାଙ୍ଗିଆରେ ପରମାଙ୍କୁ ଆକ୍ରମଣ କରିବା ପରେ ପରମା ନିଜକୁ ସୁରକ୍ଷିତ ପାଇଁ ହାତ ଦେଖାଇବା ଫଳରେ ହାତରେ ଆଘାତ ଲାଗିଥିଲା। ଏପରିକି ପାଟି ତୁଣ୍ଡ ଶୁଣି ସେହି ସ୍ଥାନରେ ପହଞ୍ଚିଥିବା ପରମାଙ୍କ ଭାଇ ଜଗେନ୍ଦ୍ର ଗୌଡ଼ ଓ ମା’ ଚିତାଏ ଗୌଡ଼ କୁ ମଧ୍ୟ ଏହି ୪ ଜଣ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ। ଗୁରୁତର ମଙ୍ଗା ଗୌଡ ସହ ସମସ୍ତ ଆହତଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ମଙ୍ଗା ଗୌଡ଼ ଓ ଜଗେନ୍ଦ୍ର ଗୌଡ଼ଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *