ବଜ୍ରପାତ ନେଲା ପରିବାରର ୩ ମୁଣ୍ଡ

ମୟୂରଭଞ୍ଜ: ଏମିତି ବି ଆସେ ମୃତ୍ୟୁର ମହାଜାଲ । ଆକସ୍ମାକେ ଆସିଲା ଏବଂ ତିନି ଜଣଙ୍କର ଜୀବନ ନେଇଗଲା  । ପ୍ରାକୃତିକ ଦୁର୍ବିପାକର ରୂପ ନେଇ ବଜ୍ରପାତ ଘଟିଚାଲିଥିବା ବେଳେ ଆଜି ପୁଣି ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ନେଇଛି ବଜ୍ରପାତ  । ଗତ କିଛିଦିନ ହେବ ସମଗ୍ର ଭାରତରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଆଜି ଏପରି ଏକ ଖବର ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି  । ସୂଚନା ମୁତାବକ ବଜ୍ରପାତରେ ଗୋଟିଏ ପରିବାରର ୩ ନାବାଳକଙ୍କ ଜୀବନ ନେଲା ବଜ୍ରପାତ । ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୂଆଶୋଳ ଗ୍ରାମ ବଜ୍ରପାତ । ବିଲରେ ଛେଳି ଚରାଉଥିବା ବେଳେ ବଜ୍ରପାତରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।  ମୃତକ ତିନି ଜଣ ଗୋଟିଏ ପରିବାରର ହୋଇଥିବା ସୂଚନା । ମୃତକ ମାନେ ହେଲେ ବାଵଲୁ ନାଏକ, ବର୍ଷା ନାଏକ, ଓ ସୁଜିତ ନାଏକ । ସେପଟେ ଚାନ୍ଦୁଆ ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଉଦ୍ଧାର କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *