ନୂଆ ବର୍ଷରେ ଖୁସି ଦେଲା ମେଘା, ୩ ଶାବକଙ୍କୁ ଜନ୍ମଦେଲା ବାଘୁଣୀ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୩ନୂଆ ଅତିଥି । ବାଘୁଣୀ ମେଘା ୩ଟି ଶାବକକୁ ଜନ୍ମ ଦେଇଛି । ବିଳମ୍ବିତ ରାତିରେ ମେଘା ତିନୋଟି ଶାବକକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି । ସେପଟେ ନନ୍ଦନକାନକୁ ଆସିଥିବା ଏହି ବାଘ ଶାବକଙ୍କୁ ନେଇ ପ୍ରାଣି ଉଦ୍ୟାନରେ ଖୁସି ଦେଖାଦେଇଛି ।

ମହାବଳ ବାଘ ନନ୍ଦନର ଦ୍ୱିତୀୟ ପାଳିରେ ନନ୍ଦନ ଓ ବାଘୁଣୀ ମେଘା ସହିତ ମିଳନ ହୋଇଥିଲା । ମେଘାର ଔରସରୁ ବିଳମ୍ବିତ ରାତିରେ 3-ଶାବକ ଜନ୍ମ ନେଇଛନ୍ତି । ଉଭୟ ମା ଓ ଛୁଆ ବର୍ତ୍ତମାନ ସୁସ୍ଥ ଥିବା ପ୍ରାଣି ଉଦ୍ୟାନ ପକ୍ଷରୁ କୁହାଯାଇଛି ।

ସିସିଟିଭି ମାଧ୍ୟ୍ୟମରେ ଶାବକଙ୍କ ଉପରେ ନଜର ରଖାଯାଇଛି । ବାଘୁଣୀ ମେଘାର ଏହି ଉପହାର ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି ଉପନିର୍ଦେଶକ ବିମଲ ଆଚାର୍ଯ୍ୟ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *