ମେଗାଷ୍ଟାରଙ୍କୁ ରୋମାନ୍ସ କରିବେ ଏହି ସାଉଥ୍ ବ୍ୟୁଟି

ହାଇଦ୍ରାବାଦ: ତେଲୁଗୁ ଫିଲ୍ମର ମେଗାଷ୍ଟାର ଚିରଞ୍ଜିବୀ ସିଲଭର ସ୍କ୍ରିନକୁ ଫେରିବା ପରେ ଦୁଇ ଦୁଇଟି ବ୍ଲକ୍ବଷ୍ଟର ଦେଇ ସାରିଲେଣି । ବିଗ୍ ବି ଅମିତାଭ ବଚ୍ଚନଙ୍କ ସହିତ ସାଇ ରା ନରସିଂହା ରେଡ୍ଡୀକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ସାଉଥ୍ ଇଣ୍ଡଷ୍ଟ୍ରୀର ଏହି ମେଗାଷ୍ଟାରଙ୍କୁ ରୋମାନ୍ସ କରିବାକୁ ଯାଉଛନ୍ତି ତାମିଲ୍ ବ୍ୟୁଟି ନୟନତାରା । ସାଉଥ ଇଣ୍ଡିଆର ହାଇଏଷ୍ଟ ପେଡ୍ ଆକ୍ଟ୍ରେସ୍ ନୟନତାରା ଓ ଚିରଞ୍ଜିବୀ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଚିରଞ୍ଜିବୀ ବର୍ତ୍ତମାନ କୋରାଟାଲା ଶିବାଙ୍କ ଆଚାର୍ଯ୍ୟର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଆଚର୍ଯ୍ୟ ସମାପ୍ତ ହେବା ପରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ଏହି ଫିଲ୍ମଟି ମାଲାୟଲମ୍ ଫିଲ୍ମ ଲୁସିଫରର ଅଫିସିଆଲ ରିମେକ୍ । ମୋହନ ରାଜା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଲୁସିଫରରେ ମୋହନଲାଲଙ୍କ ବିପକ୍ଷରେ କେହି ନାୟିକା ନଥିବା ବେଳେ ତେଲୁଗୁ ଦର୍ଶକଙ୍କ ପାଇଁ କାହାଣୀ ସାମନ୍ୟ ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ନୟନ ସାଇ ରାରେ ଚିରଞ୍ଜିବୀଙ୍କ ବିପକ୍ଷରେ ନଜର ଆସିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *