ଭାରତ ତୃତୀୟ ଲହରୀ ପାଇଁ ହେଲଣି କି ପ୍ରସ୍ତୁତ ?

ନୂଆଦିଲ୍ଲୀ: ତୃତୀୟ ଲହର ପ୍ରସ୍ତୁତି ପାଇଁ ହାତରେ ଆଉ ନାହିଁ ବେଶୀ ସମୟ। ଆଉ କେଇମାସ ପରେ ଶୁଭିପାରେ ତୃତୀୟ ଲହରର ପଦଧ୍ୱନି। କରୋନାର ଦ୍ୱିତୀୟ ଲହର ଯୋଗୁଁ ଭାରତରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ତୃତୀୟ ଲହରୀ ପାଇଁ ଆଶଙ୍କା ଦେଖାଦେଇଛି। ଭାରତରେ ତୃତୀୟ ଲହରୀ ନିଶ୍ଚୟ ଆସିବ ବୋଲି ବିଶେଷଜ୍ଞମାନେ ମତଦେଇଥିବା ନିତି ଆୟୋଗ ସଦସ୍ୟ ଭି.କେ. ସାରସ୍ୱତ କହିଛନ୍ତି। ଭାରତକୁ ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ। ସେମ୍ବେର- ଅକ୍ଟୋବୋର ବେଳକୁ ତୃତୀୟ ଲହରୀ ଆସିପାରେ। ତେଣୁ ତା ପୂର୍ବରୁ ଯଥା ସମ୍ଭବ ଅଧିକ ଲୋକଙ୍କ ଟିକାକରଣ ଆବଶ୍ୟକ ରହିଛି।

କରୋନାର ଦ୍ୱିତୀୟ ଲହରକୁ କେନ୍ଦ୍ର ସରକାର ସଫଳାର ସହ ମୁକାବିଲା କରିଛନ୍ତି। ଏଥିଯୋଗୁଁ ଦେଶରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ମେ ମାସରେ କିଛି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ଦେଢ ଲକ୍ଷ ତଳେ ରହୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୟୋଚିତ ପଦକ୍ଷେପ ଯୋଗୁଁ ଏଭଳି ସମ୍ଭବ ହୋଇପାରିଛି। କରୋନାର ଦ୍ୱିତୀୟ ଲହର ପରି ତୃତୀୟ ଲହର ସେତେ ଘାତକ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଥିବାରୁ ଏହା ଦେଶବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଛି। କିନ୍ତୁ ଥାର୍ଡ ୱେଭ୍‌ରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିିଥିବାରୁ ଏଥିପାଇଁ ସତର୍କ ରହିବାକୁ ପଡିବ ବୋଲି ନୀତି ଆୟୋଗ ସଦସ୍ୟ ଭି.କେ. ସାରସ୍ୱତ କହିଛନ୍ତି। ସେପଟେ ମାଲେସିଆରେ ଆରମ୍ଭ ହୋଇସାରିଛି କରୋନାର ତୃତୀୟ ଲହର। ଗୋଟିଏ ଦିନରେ ସେଠାରେ ୧୨୬ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ଚିହ୍ନଟ ହେବା ପରଠାରୁ ଏହା ସବୁଠାରୁ ଅଧିକ ମୃତ୍ୟୁ ବୋଲି ଜଣାପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଶବଗୃହରେ ମୃତ ଶରୀର ମାନଙ୍କୁ ରଖିବାକୁ ସ୍ଥାନ ମିଳୁନାହିଁ। ମୃତକ ମାନଙ୍କ ବୟସ ୨୯ରୁ ୯୮ବର୍ଷ ମଧ୍ୟରେ ରହିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *