ଯାତ୍ରୀ ନାହାନ୍ତି ବୋଲି ଓଡିଶାର ଏହି ଟ୍ରେନଗୁଡିକ ବାତିଲ, ଜାଣନ୍ତୁ କେଉଁ କେଉଁ ଟ୍ରେନ୍‌ ?

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଯୋଗୁଁ ରାଜ୍ୟର ସ୍ଥିତି ପୁଣି ଥରେ ବିଗିଡିବାରେ ଲାଗିଲାଣି । ଏହାରି ମଧ୍ୟରେ ପୁରୀ-ପାରାଦୀପ ଏବଂ ଭୁବନେଶ୍ୱର-ନୟାଗଡ ଟାଉନ ମଧ୍ୟରେ ଗଡୁଥିବା ବିଶେଷ ଟ୍ରେନକୁ ବାତିଲ କରାଯାଇଛି । ଯାତ୍ରୀ ଉପଲବ୍ଧ ନହେବାରୁ ଏହି ଟ୍ରେନ୍ ବାତିଲ ହୋଇଥିବା ସୂଚନା ମିଳିଛି । ଏହା ସହ ତ୍ରିଭେନ୍ଦ୍ରମ-ମାଲଦା ଟାଉନ ମଧ୍ୟରେ ଚାଲୁଥିବା ବିଶେଷ ଟ୍ରେନକୁ ବାତିଲ କରାଯାଇଛି । ଆସନ୍ତାକାଲିଠାରୁ ଏହି ଟ୍ରେନଗୁଡିକ ବାତିଲ ହେବ ବୋଲି କୁହାଯାଇଛି । ତେବେ ରାଜ୍ୟରେ ଆଜି ପୁଣି ୬୫୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୨ ହଜାର ୯୩୧ ରହିଥିବା ବେଳେ ୪୯ ହଜାର ୭୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି କରୋନାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *