ଜାମୁଟରେ ଯୁବକଙ୍କୁ ଜୀଅନ୍ତା ପୋଡିଦେଲେ

ଦେଓଗାଁ : ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ଗାଁ ରେ ମଙ୍ଗଳବାର ରାତିରେ ରେ ଏକ ହତ୍ୟାକାଣ୍ଡ ଘଟିଛି । ଖବର ପାଇ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ଅର୍ଦ୍ଧ ଦଗ୍ଧ ଶବକୁ ଜବତ କରିଛି । ସୂଚନା ଅନୁଯାୟୀ, ଜାମୁଟ-ଗୁଡ଼ଭେଳା ରାସ୍ତାର କର୍ମୀପଡ଼ା ନିକଟରେ ଥିବା ଏକ ପରିତ୍ୟକ୍ତ ଘରଭିତରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଥିବା ଏକ ଶବକୁ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ । କିନ୍ତୁ ହତ୍ୟା ପରେ ଶବଟିକୁ ଘର ଭିତରେ ଏକ ପଲଙ୍କ ଉପରେ ମୃତଦେହଟିକୁ ପୋଡ଼ି ଦେଇଥିବା ଆଲୋଚନା ହେଉଛି । ଫଳରେ ମୃତଦେହଟି ଅଣ୍ଟାରୁ ତଳକୁ ଦୁଇଟି ଗୋଡ଼ ଥିବା ବେଳେ ମୁଣ୍ଡ ସହ ଦେହ ପୋଡି ପାଉଁଶ ହୋଇଯାଇଥିବାରୁ କୌଣସି ପରିଚୟ ଜଣା ପଡିନାହିଁ । ବଲାଙ୍ଗିର ସଦର ଏସଡିପିଓ ତୋଫାନ ବାଗ, ସାଇଣ୍ଟିଫିକ ଅଧିକାରୀ ପ୍ରକାଶ ମଲ୍ଲିକ ଓ ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘର ଭିତରେ ପଡିଥିବା ଅର୍ଦ୍ଧ ଦଗ୍ଧ ମୃତ ଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏନେଇ ତୁଷୁରା ଥାନାରେ ଏକ ମାମଲା ରୁଜୁ କରି ଥିବା ତୁଷୁରା ଥାନାଧିକାରୀ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *