୧୦୫ ବର୍ଷ ବୟସ୍କା ଧାବିକାଙ୍କ ବିଶ୍ୱ ରେକର୍ଡ

ଲୁଇଜିଆନା: ବିଶ୍ୱର ସର୍ବାଧିକ ବୟସରେ ଦୌଡି ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ମହିଳା । ଲୁଇଜିଆନା ବରିଷ୍ଠଙ୍କ କ୍ରୀଡାରେ ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ଏହି ମହିଳାଙ୍କ ନାମ ଜୁଲିଆ ହକିନ୍ସ ଏବଂ ତାଙ୍କ ବୟସ ୧୦୫ ବର୍ଷ । ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ । ତାଙ୍କୁ ଯେତେବେଳେ ୧୦୧ ବର୍ଷ ବୟସ ହୋଇଥିଲା, ସେ ଦୌଡିବା ଅଭ୍ୟାସ ଆରମ୍ଭ କରିଥିଲେ । ଅବଶ୍ୟ ତାହା ପୂର୍ବରୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିବାବେଳେ ସେ ଜାତୀୟ ବୟସ୍କଙ୍କ କ୍ରୀଡାରେ ଅଂଶଗ୍ରହଣ କରିଥିଲେ । ଏପରିକି ସାଇକେଲ ଚାଳନାରେ ସେ ପାରଙ୍ଗମ ଏବଂ ଏହି ବିଭାଗରେ ସେ ଅନେକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସଂପ୍ରତି ସେ ବରିଷ୍ଠଙ୍କ କ୍ରୀଡାରେ ୧୦୦ ମିଟର ବିଭାଗରେ ଦୌଡି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସବୁଠାରୁ ମଜାର କଥା ହେଉଛି, ଯେଉଁ ସମୟରେ ସେ ଉକ୍ତ ଦୂରତା ଅତିକ୍ରମ କଲେ ତାହାକୁ ନେଇ ସେ ସନ୍ତୁଷ୍ଟ ନାହାନ୍ତି । ତାଙ୍କ ମତରେ ଆଉ ଟିକେ ଅଧିକ ବେଗରେ ଦୌଡିଥିଲେ ଭଲ ହୋଇଥାନ୍ତା । ଜୁଲିଆ କହିଛନ୍ତି, ସମସ୍ତେ ନିଜକୁ ସୁସ୍ଥ ରଖିବା ଆବଶ୍ୟକ । ସେ ଯେତେଦିନ ପାରିବେ ଦୌଡିବା ଅଭ୍ୟାସ ଜାରି ରଖିବେ । ତାଙ୍କର ଚାରିଟି ପୁଅ ଝିଅ, ତିନି ନାତି ନାତୁଣୀ ଏବଂ ଗୋଟିଏ ଅଣନାତି ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *