କରୋନାର ଆଉ ଏକ ଲହରି କବଳରେ ସାରା ବିଶ୍ୱ , ମାଡ଼ି ଆସୁଛି ଡେଲ୍‌ଟା ଭେରିଏଣ୍ଟ

ୱାଶିଂଟନ୍ : ୟୁରୋପୀୟ ଦେଶମାନଙ୍କରେ କରୋନା ମହାମାରୀର ପ୍ରକୋପ ପୁଣିଥରେ ବଢ଼ିବାରେ ଲାଗିଛି । ଟିକାକରଣ ସତ୍ତ୍ୱେ ମାମଲାରେ ବୃଦ୍ଧି ଘଟୁଛି । ସ୍ଥିତି ଗତବର୍ଷ ନଭେମ୍ବର ଭଳି ହୋଇ ଯାଇଛି । ସେପଟେ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ କରୋନା ମାମଲା ପୁଣି କାୟା ବିସ୍ତାର କରି ଚାଲିଛି। ଟିକାକରଣ ସତ୍ତ୍ୱେ ସବୁଠାରୁ ସଂକ୍ରାତ୍ମକ ଡେଲ୍‌ଟା ଭେରିଏଣ୍ଟ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ ଏଜେନ୍ସି ତରଫରୁ ଜାରି ଆକଳନ ଅନୁସାରେ, ଆମେରିକାର ଅଧିକାଂଶ ସ୍ଥାନରେ କୋଭିଡ୍‌-୧୯ ରୋଗୀଙ୍କ ସଂଖ୍ୟା ଗତବର୍ଷ ନଭେମ୍ବର ଭଳି ଖରାପ ରହିଛି । ଚଳିତ ବର୍ଷ ନଭେମ୍ବରରେ ହିଁ କରୋନା ସଂକ୍ରମିତ କିମ୍ବା ସନ୍ଦିଗ୍ଧ ରୋଗୀ ଅଧିକ ଆଇସିୟୁ ବେଡ୍ ନେଇଛନ୍ତି । କଲୋରାଡୋରେ ୪୧ ପ୍ରତିଶତ, ମିନେସୋଟାରେ ୩୭ ଏବଂ ମିଶିଗନରେ ୩୪ ପ୍ରତିଶତ ଅଧିକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଭିଡ୍ ସଂକ୍ରମଣ ହାର ମିଶିଗନରେ ସବୁଠାରୁ ଅଧିକ ରହିଛି ।

ଏହା ସତ୍ତ୍ୱେ ସାର୍ବଜନୀନ ସମାରୋହ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଯଦିଓ ମାସ୍କ ଏବଂ ଭ୍ୟାକ୍ସିନ୍ ଲଗାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି । ଗତ ଦୁଇ ମାସ ଧରି ଆମେରିକାରେ କୋଭିଡ୍ ମାମଲା ହ୍ରାସ ପାଉଥିଲା । କିନ୍ତୁ ଦୁଇ ସପ୍ତାହରୁ ହଠାତ୍ ଦୈନିକ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି । ହଠାତ୍ ବଢ଼ି ଯାଇଥିବା ଏହି ମାମଲା ପଛରେ ଡେଲ୍‌ଟା ଭେରିଏଣ୍ଟକୁ ବଡ଼ କାରଣ ବୋଲି ଦର୍ଶାଯାଉଛି । ଏହା ବ୍ୟତୀତ ଥଣ୍ଡା ପାଗ ବି ଏହାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ କହିବା ହେଲା, ଦେଶରେ କରୋନାର ଆଉ ଏକ ଲହରି ଆସିଥିବା ଆଶଙ୍କା କରାଯାଉଛି । ଥଣ୍ଡା ପାଗରେ କରୋନା ମାମଲା ବଢ଼ିଥାଏ । ଏମିତି ସ୍ଥିତିରେ ଏବେ ଟିକାକରଣର ନିରାପତ୍ତା ମଧ୍ୟ ଧୀରେ ଧୀରେ କମି ଯାଉଛି । ଆମେରିକା ଭଳି ଜର୍ମାନୀ, ଡେନମାର୍କ, ଫ୍ରାନ୍ସ, ବେଲଜିୟମ୍‌, ସ୍ୱିଜରଲ୍ୟାଣ୍ଡ, ନରେୱ ଏବଂ ଇଂଲଣ୍ଡ ଆଦି ଦେଶରେ କରୋନା ମାମଲା ଲଗାତାର ବଢ଼ି ଚାଲିଛି । ଅଷ୍ଟ୍ରିଆରେ କଡ଼ା ଲକ୍‌ଡାଉନ ଲାଗିଛି । ତେବେ ୟୁରୋପରେ କରୋନା ସଂକ୍ରମଣ ବୃଦ୍ଧି ପରେ ଯାତ୍ରା କଟକଣା ଜାରି କରିଛି ଆମେରିକା । ଜର୍ମାନୀ ଓ ଡେନମାର୍କରେ କରୋନା ମାମଲା ବଢୁ ଥିବାରୁ ସିଡିସି ଓ ଷ୍ଟେଟ ଡିର୍ପାଟମେଣ୍ଟ ପକ୍ଷରୁ ଯାତ୍ରା କଟକଣା ଜାରି କରାଯାଇଛି । ଏଠାକୁ ଯାତ୍ରା ନ କରିବାକୁ ନିଜ ନାଗରିକଙ୍କୁ ମନା କରିଛି ଆମେରିକା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *