ନୂଆ ତାଲିବାନ ସରକାରକୁ ଆମେରିକାର ନାପସନ୍ଦ

ନୂଆଦିଲ୍ଲୀ: ମଧ୍ୟବର୍ତ୍ତୀକାଳୀନ ତାଲିବାନ ସରକାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆମେରିକା । ଯାହା ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଆଶା କରିଥିଲେ ତାହା ପୂରଣ ହୋଇନି। ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ବ୍ୟକ୍ତିଙ୍କ ଟ୍ରାକ୍ ରେକର୍ଡ ଖରାପ ରହିଛି । ସରକାରରେ ଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଚିନ୍ତାଜନକ ବୋଲି କହିଛନ୍ତି ବୈଦେଶିକ ମୁଖପାତ୍ର। ତେବେ ଆଫଗାନିସ୍ତାନରେ କ୍ଷମତା ଦଖଲର ୩ ସପ୍ତାହ ପରେ ସରକାର ଗଠନ କରିଛି ତାଲିବାନ। ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ନେତୃତ୍ୱରେ ଆଫଗାନ ସରକାର ଗଠନ ହୋଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ ସରକାର ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ଡେପୁଟି ଭାବରେ ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ମୌଲବୀ ହନାଫିଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତିତ ଅମିର ଖାନ ମୁଟାକ୍ୱୀଙ୍କୁ ବୈଦେଶିକ ମନ୍ତ୍ରୀ, ଶେର ମହମ୍ମଦ ଆବାସ ଷ୍ଟାନକିଜାଇଙ୍କୁ ବୈଦେଶିକ ଉପ ମୁଖ୍ୟ, ସିରାଜ ହକ୍କାନିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ, ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀ, ଅବଦୁଲ ହକିମ ହକ୍କାନୀଙ୍କୁ ଆଇନ ମନ୍ତ୍ରୀ, ଖରିଉଲ୍ଲା ଖେରଖାୱାଙ୍କୁ ସୂଚନା ଓ ପ୍ରସାରଣ ଏବଂ ଜବିଉଲ୍ଲା ମୁଜାହିଦଙ୍କୁ ସୂଚନା ଓ ପ୍ରସାରଣ ବିଭାଗର ଉପ ମୁଖ୍ୟ ଭାବରେ ଚୟନ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *