୨୦୨୨ ଜୁନ୍‌ ସୁଦ୍ଧା ଓଡ଼ିଶାରେ କୋଭାକ୍ସିନ ଟିକା ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର : ଆସନ୍ତା ୨୦୨୨ ମସିହା ଜୁନ୍‌ ମାସ ସୁଦ୍ଧା ରାଜଧାନୀରେ କୋଭାକ୍ସିନ ଟିକା ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏନେଇ ବୁଧବାର ଲୋକ ସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିମିଟେଡର ଅଧ୍ୟକ୍ଷ କ୍ରିଷ୍ଣା ଏଲ୍ଲା ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି । ଏହି ଟିକା ଉତ୍ପାଦନ କେନ୍ଦ୍ର ଏବେ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଅବସ୍ଥିତ ହେବ । ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ମାସରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜଧାନୀରେ ଟିକା ଉତ୍ପାଦନ ହେବା ନେଇ ସୂଚନା ଦେଇଥିଲେ । ଉକ୍ତ ଟିକା ଉତ୍ପାଦନ କେନ୍ଦ୍ରରେ କୋଭିଡ଼-୧୯ ଟିକା ସହ ଅନ୍ୟାନ୍ୟ ୧୦ ପ୍ରକାରର ଟିକା ଉତ୍ପାଦନ ପାଇଁ ବ୍ୟବସ୍ଥା କରାଯାଉଥିବା କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *