ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରି : ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି, ଜାଣନ୍ତୁ କେତେ….

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଛି । ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବଙ୍କ ଦ୍ୱାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ, ମାସିକ ୮୦୭୦ ଟଙ୍କା ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଏବେ ୧୦,୧୦୦ ଟଙ୍କା ମିଳିବ । ସେହିପରି ଯେଉଁ କର୍ମଚାରୀମାନେ ୮୩୯୦ ଟଙ୍କା ପାଉଥିଲେ ସେମାନଙ୍କ ନୂଆ ଦରମା ୧୦,୫୦୦ ଟଙ୍କା ହେବ । ୮୭୫୦ ଟଙ୍କା ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୧୦,୯୦୦ ଟଙ୍କା ଓ ୮୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୧୦୦ ଟଙ୍କା ମିଳିବ । ସେହିପରି ୯ ହଜାର ପାଉଥିବା କର୍ମଚାରୀଙ୍କୁ ୧୧,୨୦୦ ଟଙ୍କା ମିଳିବ । ରାଜ୍ୟ ସରକାର ୯୨୫୦ ଟଙ୍କା ଦରମା ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୧୧,୫୦୦ ଟଙ୍କା, ୯୫୦୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୯୦୦ ଟଙ୍କା, ୧୦ ହଜାର ପାଉଥିବା କର୍ମଚାରୀଙ୍କୁ ୧୨,୫୦୦ ଟଙ୍କା ଏବଂ ୧୬,୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୨୧,୧୦୦ ଟଙ୍କା ଦରମା ଦେବେ । ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ୍‌ରୁ ମଞ୍ଜୁରି ମିଳିସାରିଥିଲା । ଗତ ୪ ତାରିଖ ଦିନ ଦରମା ବୃଦ୍ଧି ନେଇ ଘୋଷଣା ହୋଇଥିଲା ।

କୁହାଯାଉଛି ଏହା ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ପାଇଥିବା ତଥା ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି କର୍ମଚାରୀଙ୍କ ଇପିଏଫ୍ ଓ ଇଏସ୍‌ଆଇ ମଧ୍ୟ ସମ୍ପୃକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ପୈଠ କରିବେ । ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ନଚେତ୍ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏତ୍‌ଦବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାତୃତ୍ୱ ଛୁଟି ପ୍ରଦାନ ବିଷୟରେ ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *