ଯାତ୍ରୀ ବେଶରେ ବସ୍‌ରୁ ଲୁଟୁଥିଲେ ଲୁଟେରା

ଭୁବନେଶ୍ୱର: ଯାତ୍ରୀ ବେଶରେ ବସ୍‌ରେ ଯାଇ ଯାତ୍ରୀଙ୍କ ଠାରୁ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ୩ଜଣଙ୍କୁ ସହିଦନଗର ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ସେମାନେ ହେଲେ କଟକ ଜିଲା ମଙ୍ଗଳାବାଗ ଥାନା ଅଞ୍ଚଳର ହଲିମ୍ ଖାନ୍‌(୪୨), ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳର ସେକ୍ ସାହେବଜାନ୍‌(୫୨) ଓ ସହିଦନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳର ନିରଞ୍ଜନ ରାଉତ(୪୧) । ଏମାନଙ୍କୁ ଜେରା କରିବାରୁ ପୁଲିସକୁ ଅନେକ ତଥ୍ୟ ମିଳିଛି । ତାଙ୍କ ଗ୍ୟାଙ୍ଗରେ ୨୦ଜଣ ସାମିଲ ଥିବା ପୁଲିସକୁ ସେମାନେ କହିଛନ୍ତି । ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଖୁବଶ୍ରୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗରେ ୨୦ଜଣ ସଦସ୍ୟ ରହିଛନ୍ତି । ଭୁବନେଶ୍ୱରରୁ କଟକ, ଚଣ୍ଡିଖୋଲ ଦେଇ ଯାଉଥିବା ବସ୍‌ରେ ଏମାନେ ୬ରୁ ୭ଜଣ ଅଲଗା ଅଲଗା ହୋଇ ଯାତ୍ରୀ ବେଶରେ ଚଢ଼ନ୍ତି । ବସ୍‌ରେ ସେମାନେ ଜଣେ ଯାତ୍ରୀଙ୍କୁ ଟାର୍ଗେଟ କରି ତାଙ୍କ ଚାରିପାଖରେ ଗହଳି କରିଦିଅନ୍ତି । ଏହି ସମୟରେ ତାଙ୍କ ମଧ୍ୟରୁ ଜଣେ ଲୁଟେରା ତାଙ୍କ ପର୍ସ କିମ୍ବା ବ୍ୟାଗ ନେଇ ଚମ୍ପଟ ମାରନ୍ତି । ଗତ ସୋମବାର ଅପରାହ୍ଣରେ ନୟାଗଡ ରଣପୁର ଥାନାର ଜିତେନ୍ଦ୍ର କୁମାର ମହନ୍ତ ଜୟଦେବ ବିହାର ବସ୍‌ଷ୍ଟପ ନିକଟରେ ପକେଟ୍‌ରେ ୫୦ ହଜାର ଟଙ୍କା ପୁରାଇ ଛିଡା ହୋଇଥିଲେ । ତେଣୁ ତାଙ୍କ ପାଖରୁ ଲୁଟ୍ କରିବାକୁ ଏମାନେ ଯୋଜନା କରିଥିଲେ । ଅଭିଯୁକ୍ତ ସେକ୍ ସାହେବଜାନ୍ ଓ ତାଙ୍କର ୨ସହଯୋଗୀ ଖୁଚୁରା ପଇସା ତଳେ ପଡିଗଲା ବୋଲି କହିଥିଲେ । ଜିତେନ୍ଦ୍ର ତଳକୁ ଚାହିଁଥିବାବେଳେ ତାଙ୍କ ପକେଟରୁ ୫୦ହଜାର ଟଙ୍କା ନେଇ ଉଭୟ ଚମ୍ପଟ ମାରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *