ଅନ୍ତିମ ସଂସ୍କାର ପାଇଁ ରଖିଥିବା ଟଙ୍କାକୁ ଲୁଟି ନେଲେ ଲୁଟେରା, ସାହାଯ୍ୟ କଲେ ପୋଲିସ ବାବୁ

ନୂଆଦିଲ୍ଲୀ: କୁହାଯାଏ ଭଗବାନ ଅଭାବୀ ଲୋକମାନଙ୍କ ପାଖରେ ସାହାଯ୍ୟ କୌଣସି ପ୍ରକାରେ ବି ପହଞ୍ଚାଇ ଦେଇ ଥାଆନ୍ତି । ଜାମ୍ମୁ କାଶ୍ମୀରରେ ଏକ ଚଣା ଷ୍ଟଲ୍ କରିଥିବା ୯୦ ବର୍ଷିୟ ଅବଦୁଲ୍ ରେହମାନଙ୍କ ସାହାଯ୍ୟ ପାଇଁ ଜଣେ ପୋଲିସ ଅଧିକାରୀ ଦେବଦୂତ ସାଜି ପହଞ୍ଚିଥିଲେ । ସୂଚନା ଅନୁଯାୟୀ, ଅବଦୁଲ ରେହମାନ ଜମା କରିଥିବା ସମସ୍ତ ପୁଞ୍ଜିକୁ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ । ଏହି ଘଟଣା ଜାଣିବା ପରେ ପୋଲିସ ଅଧିକାରୀ ନିଜ ପକେଟରୁ ରେହମାନଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ ।

ପୋଲିସ ଏହି ଲୁଟ ଘଟଣାର ଏକ ମାମଲା ରୁଜୁ କରିଛି । ଆଉ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ଗତ ଶନିବାର ଶ୍ରୀନଗର ସହରର ବୋହରି କାଦଲ ଅଞ୍ଚଳରେ ଚଣାର ଏକ ଷ୍ଟଲ କରିଥିବା ଅବଦୁଲ ରେହମାନ (୯୦)ଙ୍କ ଠାରୁ ଦୁର୍ବୃତ୍ତ ଲୁଟ୍ କରିଥିଲେ । ରେହମାନ ତାଙ୍କ ଘରେ ଏକୁଟିଆ ରୁହନ୍ତି, ସେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଏକ ଲକ୍ଷ ଟଙ୍କା ବହୁ କଷ୍ଟରେ ସଞ୍ଚୟ କରି ରଖିଥିଲେ । ଯାହାକୁ ଲୁଟେରା ଲୁଟ କରି ନେଇଥିଲେ ।

ଲୁଟ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ଏସଏସ୍‌ପି ସନ୍ଦୀପ ଚୌଧୁରୀ ପହଞ୍ଚିଲେ । ସେ ରେହମାନଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଏକ ଲକ୍ଷ ଟଙ୍କା ନିଜ ପକେଟରୁ ଦେଇଥିଲେ । ଏହି ଟଙ୍କା ପାଇବା ପରେ ଅବଦୁଲ ରେହମାନ କାନ୍ଦି ପକାଇଥିଲେ । ତେବେ ଏସଏସପି ସନ୍ଦୀପ ଚୌଧୁରୀ ବୃଦ୍ଧଙ୍କୁ ଏଭଳି ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *