ଟୋକିଓରେ ଇତିହାସ ପରେ ନୀରଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିବା ସହିତ ଭାରତର ୧୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିବା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଭାରତର ୧୨୧ ବର୍ଷ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ପଦକ ଜିତିବାର ଗୌରବ ହାସଲ କରିଛନ୍ତି । ଏହି ଐତିହାସିକ କୀର୍ତ୍ତିମାନ ପାଇଁ ୨୩ ବର୍ଷୀୟ ନୀରଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଟୋକିଓରେ ଭାରତୀୟ କ୍ରୀଡାର ନୂତନ ଅଧ୍ୟାୟ ଲେଖାଯାଇଛି । ଆଜିର ଦିନରେ ନୀରଜ ଯାହାବି ହାସଲ କରିଛନ୍ତି ଏହାକୁ ସଦାସର୍ବଦା ମନେ ରଖାଯିବ । ଅନନ୍ୟ ଇଚ୍ଛାଶକ୍ତି, ଉତ୍ସାହ ଓ ଅଦମ୍ୟ ସାହସର ସହିତ ନୀରଜ ଟୋକିଓରେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ନୀରଜଙ୍କ ଏହି ଉଦ୍ୟମ ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା । ଏପରି ଟ୍ୱିଟ କରିବା ସହିତ ମୋଦୀ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଏହି ସ୍ୱର୍ଣ୍ଣ ବିଜୟର ଶ୍ରେୟ ଦେଶବାସୀଙ୍କର ବୋଲି ନୀରଜଙ୍କ ପିତା ମତ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *