ଘରକୁ ଯାଇ ଏତଲା ଆଣିବ ପୋଲିସ

ଭୁବନେଶ୍ୱର: ଲକଡାଉନ ସମୟରେ କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା ହୋଇଛି । ଅଭିଯୋଗ ଥିଲେ ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଲକଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ପଦକ୍ଷେପ ନିଆଯାଇଛି । କାହାର କିଛି ଅଭିଯୋଗ ଥିଲେ ସେମାନେ ଫୋନରେ ଜଣାଇବେ । ଚୋରି, ଡକାୟତି ବା କିଛି ବି ଅସୁବିଧା ହୋଇଥିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବର କିମ୍ବା ଆଇଆଇସିଙ୍କୁ ଫୋନ୍ କରି ଜଣାଇବେ । ଫୋନ୍‌ରେ ଅଭିଯୋଗକାରୀଙ୍କଠାରୁ ସବିଶେଷ ତଥ୍ୟ ଆଦାୟ କରାଯିବ । ଏହାପରେ ଯଥାଶୀଘ୍ର ଅଭିଯୋଗକାରୀଙ୍କ ଘରେ ପୋଲିସ ପହଞ୍ଚିବ । ଘରେ ପହଞ୍ଚି ଅଭିଯୋଗକାରୀଙ୍କ ଠାରୁ ପୋଲିସ ଏତଲା ଗ୍ରହଣ କରିବ । ଏହାଦ୍ୱାରା ତଦନ୍ତରେ କିଛି ଅବହେଳା କରାଯିବନି ବୋଲି ଡିସିପି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *