ଭୁଲ ଇଞ୍ଜେକ୍ସନ ଯୋଗୁ ଚାଲିଗଲା ରୋଗୀର ଜୀବନ

କନ୍ଧମାଳ : ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବିରେ ବାଲିଗୁଡା ମେଡିକାଲରେ ଆଜି ଉତ୍ତେଜନା ଦେଖାଦେଇଛି । ସଂପୃକ୍ତ ଡାକ୍ତରଙ୍କୁ ଗିରଫ ସହ ମୃତ ରବି ଚନ୍ଦ୍ର ଦିଗାଲଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ବାଲିଗୁଡ଼ାରୁ ମୁନିଗୁଡ଼ା-ବ୍ରହ୍ମପୁର-ରାୟପୁର ମୁଖ୍ୟ ରାସ୍ତାର ବାଲିଗୁଡା ମେଡିକାଲ ସାମ୍ନାରେ ଶତାଧିକ ଲୋକ ରାସ୍ତାରୋକରେ ବସିଛନ୍ତି । ଗତକାଲି ବାଲିଗୁଡ଼ା ମେଡିକାଲରେ ସୋଲାଗୁଡ଼ା ପଞ୍ଚାୟତ ତେର୍ଲେପାଙ୍ଗା ଗାଁର ରବି ଚନ୍ଦ୍ର ଦିଗାଲଙ୍କ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ ।

ସୂଚନା ଅନୁଯାୟୀ, ରବି ଚନ୍ଦ୍ରଙ୍କ ମୁଣ୍ଡ ଓ ଗୋଡ଼ ହାତ ବଥା ହେଉଥିବାରୁ ସେ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲକୁ ଆସିଥିଲେ । ହେଲେ ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଅଧିକ ଅସୁସ୍ଥ ହେବା ସହ ରବି ଚନ୍ଦ୍ର ଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଗତକାଲି ରାତିରେ ମଧ୍ୟ ମେଡିକାଲରେ ଉତେଜନା ଦେଖାଦେଇଥିଲା । ଆଜି ଉତ୍ୟକ୍ତ ଲୋକେ ମେଡିକାଲରୁ ରବି ଦିଗାଲଙ୍କ ମୃତ ଦେହ ଆଣି ମେଡିକାଲ ସାମ୍ନାରେ ଜାତୀୟ ରାଜପଥରେ ରଖି ପ୍ରତିବାଦ କରୁଛନ୍ତି । ବାଲିଗୁଡା ଏସ୍‌ଡିପିଓ ମନୋଜ ପୂଜାରୀ ଓ ତହସିଲଦାର ଶଶାଙ୍କ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଚାପା ଉତେଜନା ନେଇ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *