କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ନୂଆ ପ୍ରୋଟୋକଲ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନୂଆ ପ୍ରୋଟୋକଲ । ଏବେ ରାତିରେ ବି ହୋଇପାରିବ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ । ଏ ମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସୂର୍ଯ୍ୟାସ୍ତ ପରେ ହସପିଟାଲରେ ଶବ ବ୍ୟବଚ୍ଛେଦ କରିବାର ପୂର୍ବରୁ ନିୟମ ନଥିଲା । ଯଦି କୌଣସି ଦୁର୍ଘଟଣା କିମ୍ବା ଅନ୍ୟ କିଛି କାରଣରୁ ରାତିରେ ମୃତ୍ୟୁ ହେଉଥିଲା, ପୋଷ୍ଟମର୍ଟମ ପାଇଁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ହେଲେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ପ୍ରୋଟୋକଲ ଅନୁଯାୟୀ ରାତିରେ ବି ପୋଷ୍ଟମର୍ଟମ ହୋଇପାରିବ । ଫଳରେ ୨୪ ଘଣ୍ଟା ପୋଷ୍ଟମର୍ଟମ ହେବାର ବାଟ ସଫା ହୋଇଯାଇଛି ।

ଏବେ ଆଉ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ପାଇଁ ସକାଳ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ତେବେ ଭିତ୍ତିଭୂମି ଥିବା ହସପିଟାଲ ଗୁଡ଼ିକରେ ଏହି ନିୟମ ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସୂଚନାଯୋଗ୍ୟ, ପୋଷ୍ଟମର୍ଟମ ରାତିରେ ହୋଇ ପାରୁନଥିବାରୁ ଅଭିଯୁକ୍ତମାନେ ଏହାର ଫାଇଦା ନେଉଥିଲେ । ଦୀର୍ଘ ସମୟ ମୃତ ଦେହ ମେଡିକାଲରେ ପଡ଼ି ରହୁଥିଲା । ଫଳରେ ପୋଷ୍ଟମର୍ଟମକୁ ବଦଳାଇ ପାରିବା ସହଜ ହେଉଥିଲା । ପ୍ରକୃତ ଅଭିଯୁକ୍ତ ଖସି ଯିବା ପାଇଁ ସହଜ ହେଉଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟ ସଙ୍ଗେ ସଙ୍ଗେ ମିଳିବ । ଫଳରେ ପୋଷ୍ଟମର୍ଟମର ରିପୋର୍ଟରେ ସତ୍ୟତା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *