ଝଗଡ଼ା ପରେ ଭାରତୀୟ ଦମ୍ପତ୍ତି ନେଉଛନ୍ତି ଏଭଳି ପଦକ୍ଷେପ, ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ

ନୂଆଦିଲ୍ଲୀ: ବିଶ୍ୱରେ ଭାରତ ଏପରି ଏକ ଦେଶ, ଯେଉଁଠାରେ ବିବାହକୁ ଅଧିକ ଗୁରୁତ୍ୱ ଦିଆଯାଏ ଓ ଏହାକୁ ଅଧିକ ଲୋକେ ସମର୍ଥନ ମଧ୍ୟ କରିଥାନ୍ତି । ବିଶ୍ୱରେ କେବଳ ଭାରତରେ ଛାଡପତ୍ର ହାର କମ୍ । ୨୦୧୦ ପର୍ଯ୍ୟନ୍ତ ୪୫-୪୯ ବର୍ଷ ବୟସର ମହିଳାମାନଙ୍କ ମଧ୍ୟରେ କେବଳ ୧.୧ % ଛାଡପତ୍ର ହୋଇଥିଲା । ଏହାର ଅର୍ଥ ଏହା ନୁହେଁ କି, ଲୋକମାନେ ଦାମ୍ପତ୍ୟ ଜୀବନରେ ଖୁସିରେ ଅଛନ୍ତି । ଏହି ସମ୍ବନ୍ଧରେ ନିକଟରେ ସାମ୍ନାକୁ ଆସିଛି ଏକ ରିପୋର୍ଟ, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ବା ଏନସିଆରବିର ରିପୋର୍ଟ ମୁତାବକ, ଦୁଃଖୀ ବିବାହିତ ଦମ୍ପତ୍ତି ଅଧିକ ସଂଖ୍ୟାରେ ଛାଡପତ୍ର ଅପେକ୍ଷା ଆତ୍ମହତ୍ୟା କରୁଛନ୍ତି ।

ଗତ ମାସରେ ପ୍ରକାଶିତ ଆକ୍ସିଡେଣ୍ଟାଲ୍ ଡେଥସ୍ ଆଣ୍ଡ ସୁଇସାଇଡ ଇଣ୍ଡିଆ ଅନୁସାରେ, ୨୦୧୬ ଓ ୨୦୨୦ ମଧ୍ୟରେ ବୈବାହିକ ସମସ୍ୟା ଯୋଗୁଁ ପାଖାପାଖି ୩୭,୫୯୧ ଲୋକ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟରୁ ଜଣାପଡିଛି ଯେ, ବିବାହ ସମ୍ବନ୍ଧ ସମସ୍ୟାକୁ ନେଇ ଆତ୍ମହତ୍ୟା କରୁଥିବା ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ । ଯୌତୁକ ଯୋଗୁଁ ୧୦,୨୮୨ ଆତ୍ମହତ୍ୟା କରିଥିବା ବେଳେ ବାହା ନହେବାରୁ ୧୦,୫୮୪ ଜଣଙ୍କର ମୃତ୍ୟୁ ଘଟିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ୯,୩୮୫ ମହିଳା ଯୌତୁକ ସମ୍ବନ୍ଧୀୟ ମାମଲା ହେତୁ ଆତ୍ମହତ୍ୟା କରିଛନ୍ତି । ୨୦୧୬ ରୁ ୨୦୨୦ ମଧ୍ୟରେ, ବିବାହ ସମ୍ବନ୍ଧୀୟ କାରଣରୁ ଆତ୍ମହତ୍ୟା କରିଥିବା ମୋଟ ମହିଳାଙ୍କ ସଂଖ୍ୟା ୨୧,୫୭୦ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୧୬,୦୨୧ ଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *