ପବିତ୍ର ଗୁଣ୍ଡିଚାରେ ସ୍ଥାପନ ହେଲା ବିଜେଡି ନୂଆ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର

ଭୁବନେଶ୍ୱର: ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି ରାଜ୍ୟ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ କାର୍ଯ୍ୟଳୟ। ଗତ ୨୩ ବର୍ଷ ଭିତରେ ଓଡିଶା ବାସୀଙ୍କ ନିକଟରେ ବିଜୁ ଜନତା ଦଳ ଆଶା ଓ ବିଶ୍ଵାସର ପ୍ରତୀକ ହୋଇ ଛିଡ଼ା ହୋଇଛି। ଯୁବ, ଛାତ୍ର, ମହିଳା, କୃଷକ, ସଂଖାଲଘୁ, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ସମସ୍ତଙ୍କୁ ନେଇ ବିଜେଡ଼ିର ସଭ୍ୟ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ୱରେ ପହଁଚିଛି। ରଥଯାତ୍ରା ଅବସରରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ବିଜୁ ଜନତା ଦଳର ସମସ୍ତ ଶାଖା କାର୍ଯ୍ୟକ୍ଷମ ହେବ। ଏହା ସହିତ ରକ୍ତ ଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯିବ। ବିଜୁ ଯୁବ ଓ ଛାତ୍ର ନିଜର ଘର ଭାବି ଏହି କାର୍ଯ୍ୟକ୍ରମରେ ଶ୍ରମ ଦାନ କରିବେ। କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଶା ବାସୀଙ୍କ ପାଇଁ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସମର୍ପଣ କରିବେ ବୋଲି ବୋଲି କହିଛନ୍ତି ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ୍‌। ସେପଟେ ଗତ ୨୩ ବର୍ଷ ପରେ ବିଜେଡ଼ି ମୁଖ୍ୟାଳୟ ନୂଆ ରୂପ ନେବାକୁ ଯାଉଛି। ଆଜି ତାହାର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ରାଜ୍ୟ କାର୍ଯ୍ୟାଳୟଠୁ ଆରମ୍ଭ କରି ୩୦ ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ କରାଯିବ। ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ଏହି ନିର୍ମାଣ କାର୍ଯ୍ୟ ହେବ। ଏହାକୁ ୩ ଟି ମହଲା ଭିତରେ ସଂକ୍ଷିପ୍ତ ରଖାଯିବ। ଏହାର ବାସ୍ତୁ ଓ ନିର୍ମାଣକୁ ସ୍ୱତନ୍ତ୍ର ଭାବେ କରାଯାଇଛି ଯେଉଁଥିରେ ଓଡ଼ିଶାର ସ୍ଥାପତ୍ୟ ଓ କଳାକୁ ଗୁରୁତ୍ୱ ଦିଆଯିବ। ଏହା ଭିତରେ ଏକ ବଡ଼ ଅଡ଼ିଟୋରିୟମ ଓ ରିଟର୍ଣ୍ଣିଂ ରୁମ କରାଯିବାର ବ୍ୟବସ୍ଥା ରଖାଯାଇଛି ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଆଜିର ଭୂମି ପୂଜନରେ ଦଳର ଛାମୁଆ ନେତା, ମନ୍ତ୍ରୀ ଓ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *