ଭୁଲରେ ୪ ବର୍ଷର ପୁଅ ଉପରେ କାର୍ ଚଢ଼ାଇଲେ ବାପା, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ହାଇଦ୍ରାବାଦ୍‌: ବାପାଙ୍କ ଭୁଲ ଯୋଗୁଁ ଚାଲିଗଲା ୪ ବର୍ଷର ପୁଅର ଜୀବନ । ଟିକେ ଅବହେଳା ଗୋଟେ ପୁଅକୁ ତାର ବାପାଙ୍କ ଠାରୁ ଅଲଗା କରିଦେଇଛି । ସୂଚନା ଅନୁଯାୟୀ, ହାଇଦ୍ରାବାଦର ଏଲବି ନଗରରେ ଏକ ହୃଦୟଥରା ଘଟଣା ଘଟିଛି । ଏଠାରେ ମନସୁରାବାଦରେ ଜଣେ ବାପା ଭୁଲରେ ନିଜର ୪ ବର୍ଷର ପୁଅ ଉପରେ କାର୍ ଚଢ଼ାଇ ଦେଇଛନ୍ତି । ଯାହାପରେ ତାର ମୃତ୍ୟୁ ହୋଇଯାଇଛି । ତେବେ ଏହାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ୍ ହୋଇଛି । ସିସିଟିଭି ଫୁଟେଜରେ କଏଦ୍ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ଯେ, ଆପାର୍ଟମେଣ୍ଟ୍ ବାହାରେ ଗୋଟିଏ ପିଲା ଖେଳୁଥିବା ଦେଖିବାକୁ ମିଳିଛି ।

କିଛି ସମୟ ପରେ କାରରେ ଏକ ବ୍ୟକ୍ତି ବସିଥିବା ଦେଖିବାକୁ ମିଳିଛି । କାରରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ପିଲାର ବାପା । ତେବେ ପିଲାଟି ଖେଳୁଥିବା କଥାକୁ ତାର ବାପା ଧ୍ୟାନ ଦେଇନଥିଲେ । ଏହାପରେ କାର୍ ଟିକୁ ଉକ୍ତ ବ୍ୟକ୍ତି ଜଣକ ପିଲାଟି ଉପରେ ଚଢ଼ାଇଦେଉଛନ୍ତି । ଯେତେବେଳେ ତାର ବାପା ଏହା ଜାଣିବାକୁ ପାଇଛନ୍ତି । ସ ତାଙ୍କ ପୁଅକୁ ଧରି ଆପାର୍ଟମେଣ୍ଟ ଭିତରକୁ ଦୌଡ଼ି ଯାଉଛନ୍ତି । ତେବେ ପିଲାଟିର ନାମ ହେଉଛି ସାତ୍ୱିକ ଓ ବାପାଙ୍କ ନାମ ହେଲା ଲକ୍ଷ୍ମଣ । ପୋଲିସ୍ କହିଛି ଯେ, କାର୍ ଚଢ଼ିଯାଇଥିବାରୁ ତାର ଅବସ୍ଥା ଖୁବ୍ ଗୁରୁତର ହୋଇପଡ଼ିଥିଲା । ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସାତ୍ୱିକକୁ ମୃତ ବୋଲି ଘୋଷଣା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *