ନାଇଟ୍ କର୍ଫ୍ୟୁ ଲଗାଇବାକୁ ଏହି ରାଜ୍ୟକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କରୋନା କେସ୍ ବଢିବା ପୁଣି ଥରେ ସଭିଙ୍କ ଚିନ୍ତା ବଢାଇ ଦେଇଛି । ସଂପ୍ରତି କେରଳ ଓ ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାର ଦୁଇ ରାଜ୍ୟ ସରକାରଙ୍କୁ ନାଇଟ୍ କର୍ଫ୍ୟୁ ଲଗାଇବା ଉପରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ପୁଣି ଥରେ ଦେଶରେ ୪୪ ହଜାରରୁ ଅଧିକ କେସ୍ ଚିହ୍ନଟ ହୋଇଛି । ଏହା ପୂର୍ବରୁ ଗୁରୁବାର ମଧ୍ୟ ୪୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସ୍ଥିତିରେ ଏମିତି ସୁଧାର ଆସିଥିଲା ଯେ, ଚଳିତ ମାସ ମଧ୍ୟଭାଗ ସୁଦ୍ଧା ନୂତନ କେସ୍ ୨୫,୧୬୬କୁ ଖସି ଆସିଥିଲା । ମାତ୍ର ପରେ ପୁଣି ଥରେ କରୋନା କେସରେ ବୃଦ୍ଧି ଦେଖିବାକୁ ମିଳିଛି । ବିଶେଷ କରି ଗତ ତିନି ଦିନରେ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି । ଦେଶରେ କେରଳରେ ଅଧିକ ସଙ୍କଟ ଦେଖିବାକୁ ମିଳିଛି । କାରଣ ସେଠାରେ ବକରିଦ ଓ ଓଣମ ପରି ପର୍ବପର୍ବାଣୀରେ କୋହଳ ଦିଆଯାଇଥିଲା । କରୋନାର ବଢୁଥିବା କେସକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ସଚିବ ମହାରାଷ୍ଟ୍ର ଓ କେରଳର ଅଧିକାରୀଙ୍କ ସହ ବୈଠକ କରିଥିଲେ । ଏହି ସମୟରେ କରୋନା ଉପରେ କେମିତି ଲଗାମ ଲଗାଯାଇ ପାରିବ ସେ ଉପରେ ଆଲୋଚନା ହୋଇଥିଲା । ଏହି ଦୁଇ ରାଜ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂ, ଟିକାକରଣ ଦ୍ରୁତ କରିବା ଏବଂ କରୋନା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଦୁଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ରାତ୍ରକାଳୀନ କର୍ଫ୍ୟୁ ଲଗାଇବା ଉପରେ ବିଚାର କରିବାକୁ କହିଛନ୍ତି । କରୋନାର ଡବଲ ଡୋଜ୍ ନେଇ ସାରିଥିଲେ ବି ଲୋକଙ୍କୁ କରୋନା ନିୟମ ପାଳନକ କରିବା ଉଚିତ୍ ବୋଲି କେନ୍ଦ୍ର ସଚିବ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *