ହାଇଦର ପୁଅକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଭୁବନେଶ୍ୱର: ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବ୍ୟବସାୟୀ ସାହା ନବାଜଙ୍କୁ ଦାଦାବଟି ମାଗି ବିଫଳ ହେବା ପରେ ସେକ୍ କାଦିର ତାଙ୍କ ଦୋକାନରେ ପଶି ଗୁଳିକରି ହତ୍ୟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା । ହେଲେ ଏହି ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କ ବାବଦରେ କୌଣସି ପ୍ରମାଣ ନମିଳିବାରୁ ସମସ୍ତେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସରକାରୀ ଆଇନ୍‌ଜୀବୀ ମାନସ ରଞ୍ଜନ ବେହେରା ତେବେ ସେକ୍ କାଦିରକୁ ନେଇ ସବୁବେଳେ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥାଏ । କାଦିର ନା’ରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ବି ରହିଛି । ଧମକ ଚମକ ଦେବା, ଦାଦାବଟି ଆଦାୟ, ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଲୁଟ, ହତ୍ୟା ପ୍ରଭୃତି ମାମଲାରେ ସେକ କାଦିର ସମ୍ପୃକ୍ତି ରହିଛି । ନିକଟରେ ହାଇଦରର ମୃତ୍ୟୁ ପରେ ନିଜ ବାପାର ଅନ୍ତେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ସେକ କାଦିର ଜାମିନ ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କିନ୍ତୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦେଇନଥିଲେ କୋର୍ଟ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *