ଝରଣା ମଝିରେ ଫଟୋ ସୁଟ୍ କରି ଫସିଲେ ଏହି ଯୋଡ଼ି….

ନୂଆଦିଲ୍ଲୀ : ବାହାଘଣ ପୂର୍ବରୁ ପୁଅ ଝିଅଙ୍କ ଦେଖା ସାକ୍ଷାତ ନେଇଥିବା କଟକଣା କେବେଠୁ ଉଠି ଗଲେଣି । ଏବେକାର ଟ୍ରେଣ୍ଡ ହେଉଛି ଫଟୋ ସୁଟ୍ । ଏମିତି କି କପଲ୍ ମାନଙ୍କୁ ମଧ୍ୟ ନିଜର ଫଟୋ ପୋଷ୍ଟ ୱେଡିଂ ଫଟୋସୁଟ୍ କରିବାର ନିଶା ଘାରିଛି । ତେବେ କିଛି ଯୋଡ଼ି ଏମିତି ନିଆରା ଫଟୋ ସୁଟ୍ କରନ୍ତି ଯେ ସେସବୁ ଭାଇରାଲ ହୋଇ ଯାଉଛି ସୋସିଆଲ ମିଡିଆରେ । ପ୍ରଥମେ ଫଟୋ ସୁଟ୍ କରିବା ପାଇଁ ଆସିଲେ । ଶେଷରେ ଝରଣା ମଝିରେ ଫସି ମୁଣ୍ଡରେ ହାତ ଦେଇ ବସିଲେ । ଫଟୋ ମାନିଆ ତାଙ୍କୁ ଏପରି ଭାବେ ଘାରି ଥିଲା ଯେ ସେମାନେ ଜୀବନକୁ ବାଜି ଲଗାଇବାକୁ ପଛାଇଲେ ନାହିଁ । ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଏବେ ଖୁବ ଭାଇରାଲ ହୋଇଛି । ଖବରଟି ହେଉଛି ସୁଦୂର ରାଜସ୍ଥାନର । ରାଜସ୍ଥାନର ଚିତ୍ତୋରଗଡ଼ ସହରର ଏକ ଯୋଡ଼ି ବିବାହ ପୂର୍ବରୁ ନିଜର ପ୍ରିୱେଡିଂ ସୁଟ କରିବା ପାଇଁ ବାହାରିଥିଲେ ।

ରାବତଭାଟା ସହରର ଏକ ସୁନ୍ଦର ଝରଣା ପାଖରେ ଫଟୋସୁଟ କରିବାକୁ ଯାଇଥିଲେ । ତେବେ ଏଇ ଫଟୋସୁଟ୍‌ର ନିଶା ଶେଷରେ ତାଙ୍କୁ ମହଙ୍ଗା ପଡ଼ିଲା । ଫଟୋ ସୁଟ କରିବାକୁ ଆସିଥିଲେ ନିଜ ପାଇଁ ନିଜ ପରିବାର ପାଇଁ ହେଲେ ଏମିତି ଘଟିଲା ଯେ ତାଙ୍କ ଭିଡ଼ିଓ ଏବେ ପୂରା ସୋସିଆଲ ମିଡିଆରେ ଛାଇ ଯାଇଛି । ସୂଚନା ଅନୁଯାୟୀ, କୋଟାର ଆଶିଷ ଗୁପ୍ତା ନିଜ ପାର୍ଟନର ଶିଖାଙ୍କ ସହ ଏହି ସ୍ଥାନକୁ ପ୍ରେୱେଡିଂ ଫଟୋ ସୁଟ୍ ପାଇଁ ଆସିଥିଲେ । ସେହି ସମୟରେ ରାଣା ପ୍ରତାପ ସାଗର ଡ୍ୟାମର ଗେଟ୍ ଖୋଲି ଦିଆଗଲା । ଫଳରେ ଝରଣାର ପାଣିସ୍ତର ବଢ଼ିଗଲା । ଏହି ସମୟରେ ଯୋଡ଼ିଙ୍କ ସହ କ୍ୟାମେରା ମ୍ୟାନ ଓ ଆଉ ଜଣେ ଯୁବତୀ ସେହି ସ୍ଥାନରେ ଫସି ଯାଇଥିଲେ । ଖୁବ୍ ବେଗରେ ପାଣି ମାଡ଼ି ଆସିଥିଲା । ପାଣିର ସ୍ରୋତକୁ ଦେଖି ସମସ୍ତେ ଡରି ଗଲେ । ତେବେ କଷ୍ଟେମଷ୍ଟେ ଫଟୋଗ୍ରାଫର ପାଣି ଭିତରୁ ବାହାରି ଆସି ପୋଲିସଙ୍କୁ ସୂଚନା ଦେଇଥିଲେ । ପରେ ଉଦ୍ଧାରକାରୀ ଟିମ ଆସି ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *