ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ୧୦୦ଜଣ ଶ୍ରମିକ ନିଖୋଜ

ଲାଗୋସ: ଭୁଶୁଡ଼ିଲା ନିର୍ମାଣଧୀନ କୋଠା । ହଠାତ ନାଇଜେରିଆର ଲାଗୋସରେ ଥିବା ଏକ ନିର୍ମାଣଧୀନ କୋଠା ଭୁଶୁଡ଼ିବା ପରେ ୧୦୦ଜଣ ଶ୍ରମିକ ତଳେ ଚାପି ହୋଇଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି । ଜୀବନ ବଞ୍ଚାଇପାରିଥିବା ଶ୍ରମିକମାନେ କହିଛନ୍ତି ଯେ କୋଠାଟି ଭୁଶୁଡ଼ିବା ସମୟରେ ସମ୍ଭବତ ଭିତରେ ୧୦୦ଜଣ ଲୋକ କାମ କରୁଥିଲେ । ତେବେ ସୂଚନା ପାଇ ଏବେ ଉଦ୍ଧାରକାରୀ ଦଳ ଭିତରେ ଚାପି ହୋଇଥିବା ଶ୍ରମିକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଲାଗୋସ୍ ରାଜ୍ୟ ସରକାର କହିଛନ୍ତି ଯେ, ଏହି କୋଠାରେ ୨୨ମହଲା ରହିଥିଲା । କୋଠାଟି ଭୁଶୁଡିବା ପରେ ନିକଟସ୍ଥ ଅଟ୍ଟାଳିକାରେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ତାହା କର୍ତ୍ତୃପକ୍ଷ ଆକଳନ କରୁଛନ୍ତି । ଦେଖିବାକୁ ଗଲେ ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ କୋଠା ଭୁଶୁଡ଼ିବା ଅତି ସାଧାରଣ । ଏଠାରେ କୋଠା ନିର୍ମାଣ ନେଇ ନିୟମାବଳୀ କଡ଼ା ନଥିବା ବେଳେ ନିର୍ମାଣ ସାମଗ୍ରୀର ମାନ ଭଲ ନଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *