ପ୍ରାଇଭେର୍ଟ ପାର୍ଟରେ ଛୁଞ୍ଚି ପଶିଯିବାରୁ ଛଟପଟ ହେଉଥିଲା ବାଳକ, ଏମିତି ବାହାର କଲେ ଡାକ୍ତର

ନୂଆଦିଲ୍ଲୀ : ଏକ ୧୦ ବର୍ଷର ବାଳକର ପ୍ରାଇଭେର୍ଟ ପାର୍ଟରେ ଛୁଞ୍ଚି ଫସିଥିବା ଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଇରାନ୍‌ରୁ । ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତା’ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରାଇଭେଟ୍ ପାର୍ଟରେ ଛୁଞ୍ଚିଟି ଏଭଳି ଭାବେ ଫସି ରହିଥିଲା ଯେ ତାହାକୁ ବାହାର କରିବା ବି ମୁସ୍କିଲ ଥିଲା । କିନ୍ତୁ ୩ ଘଣ୍ଟାର ଅପରେସନ୍ ପରେ ଡାକ୍ତର ଛୁଞ୍ଚିଟିକୁ ବାହାର କରିବାରେ ସଫଳ ହୋଇଛନ୍ତି । ଡାକ୍ତରଙ୍କ କହିବାନୁସାରେ, ଛୁଞ୍ଚିଟି ପ୍ରାଇଭେର୍ଟ ପାର୍ଟ ଭିତରେ କେମିତି ପଶିଲା ତାହା ଏବେ ଯାଏଁ ଜଣାପଡ଼ି ନାହିଁ । କିନ୍ତୁ ପିଲାଟିର ଦୁଷ୍ଟାମୀ ଯୋଗୁ ଛୁଞ୍ଚି ପଶିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଛୁଞ୍ଚିଟିର ଆକାର ୯ ସେଣ୍ଟିମିଟର ଥିଲା ଓ ତାହା ୟୁରିନ୍‌- ସିମେନ୍‌ର ବାଟରେ ଫସିଥିଲା । ଏଭଳି ଘଟଣା ଦୁର୍ଲ୍ଲଭ ବୋଲି ଡାକ୍ତର କହିଛନ୍ତି । ତେବେ ପ୍ରଥମ ଥର ପାଇଁ ଏଭଳି କେସ୍‌ରେ ସେମାନଙ୍କୁ ସଫଳତା ମିଳିଛି ବୋଲି ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ପ୍ରାଇଭେର୍ଟ ପାର୍ଟକୁ କାଟି ଛୁଞ୍ଚି ବାହାର କରିବା ଅସମ୍ଭବ ଥିବାରୁ ଡାକ୍ତରମାନେ ଛୁଞ୍ଚିର ମୁନିଆ ପଟକୁ ଉପରକୁ ଠେଲି ତାହାକୁ ବାହାର କରିଥିଲେ । ତେବେ ଏହି ଅପରେସନ୍ ପରେ ପିଲାଟିର ପ୍ରାଇଭେର୍ଟ ପାର୍ଟରେ କୌଣସି ବଡ଼ କ୍ଷତ ହୋଇନାହିଁ । ସେ ସପ୍ତାହେ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଡାକ୍ତରୀ ଟିମ୍ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *