ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ଚୋରି ବେଳେ ବିସ୍ଫୋରଣ, ୯୧ ମୃତ

ଫ୍ରିଟାଉନ : ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନର ରାଜଧାନୀ ଫ୍ରିଟାଉନ ନିକଟରେ ଥିବା ୱେଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ପ୍ରାୟ ୯୧ ଜଣ ମୃତ୍ୟୁବରଣ କରିଛନ୍ତି ଓ ଶତାଧିକ ଲୋକ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ୱେଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ତୈଳ ଟ୍ୟାଙ୍କରରୁ ତେଲ ନିର୍ଗତ ହେବା ପରେ ଆଖପାଖର ଲୋକମାନେ ତେଲ ଚୋରି ପାଇଁ ସେଠାରେ ପହଞ୍ଚିଯାଇଥିଲେ । ଶତାଧିକ ଲୋକ ତେଲ ଚୋରି କରୁଥିବାବେଳେ ଟ୍ୟାଙ୍କରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ଏପର୍ଯ୍ୟନ୍ତ ପ୍ରାୟ ୯୧ ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ସ୍ଥାନୀୟ ମିଲିଟାରି ହସପିଟାଲ ଓ ଅନ୍ୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମାତ୍ର ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖର କେତେକ ଘର ଜଳିଯାଇଛି । ଏପରିକି ବିସ୍ଫୋରଣ ସମୟରେ ରାସ୍ତାରେ ଯାଉଥିବା କେତେକ କାର ଜଳିଯାଇଛି ଓ ସେଥିରେ ଥିବା ଲୋକମାନେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *