ରାତି ଡ୍ୟୁଟି ସମୟରେ ଶବ ଗୃହରେ ପଶି ମୃତଦେହ ସହ ରଖିଥିଲେ ଯୌନ ସମ୍ବନ୍ଧ, ଶେଷରେ…

ବ୍ରିଟେନ : ବ୍ରିଟେନର ଏକ ହସ୍ପିଟାଲରେ କାମ କରୁଥିବା ୬୭ ବର୍ଷୀୟ ଡେଭିଡ୍ ଫୁଲରଙ୍କ ଅସଲ ଚେହେରା ଏବେ ପଦାକୁ ଆସି ଯାଇଛି । ଫୁଲର ହସ୍ପିଟାଲର ଶବ ଗୃହରେ ପଶି ୧୦୦ ମୃତଦେହ ସହ ଯୌନ ସମ୍ବନ୍ଧ ରଖିଥିଲେ । ଯେଉଁଥିରେ ମହିଳା ଓ ଛୁଆ ସାମିଲ ଥିଲେ । ଦୁଇଟି ହତ୍ୟା ମାମଲାରେ ଧରା ପଡ଼ିବା ପରେ ଫୁଲର ଖୋଦ୍ ଏହି କଥାକୁ ସ୍ୱୀକାର କରିଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ପୂରା ମାମଲା ।

ଫୁଲରଙ୍କୁ ୩ ଡିସେମ୍ବର, ୨୦୨୦ରେ ଗିରଫ କରାଯାଇଥିଲା, ଯେତେବେଳେ ଡିଏନ୍‌ଏ ପ୍ରମାଣ ତାଙ୍କୁ ୧୯୮୭ର ଦୁଇ ମହିଳାଙ୍କ ହତ୍ୟାକାଣ୍ଡ ସହ ଜଡ଼ିତ କରିଥିଲା । ତିନି ଦଶକ ପୂର୍ବେ ୨୫ ବର୍ଷୀୟ ୱେଣ୍ଡି ନେଲ ଓ ୨୦ ବର୍ଷୀୟ କାରୋଲିନ୍ ପିୟର୍ସଙ୍କ ହତ୍ୟା ମାମଲାରେ ଫୁଲର ପୋଲିସ ହାତରେ ଧରା ପଡ଼ିଥିଲେ । ଏହାପରେ ଯେଉଁ ଜିନିଷ ସାମ୍ନାକୁ ଆସିଥିଲା, ତାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସୂଚନା ଅନୁଯାୟୀ, ଯେବେ ପୋଲିସ ଫୁଲରଙ୍କ ଘର ଯାଞ୍ଚ କରିଥିଲା ପୋଲିସକୁ ଯୌନ ଶୋଷଣ ସହ ଜଡ଼ିତ ହଜାର ହଜାର ଫଟୋ ମିଳିଥିଲା ।

ହାର୍ଡ ଡ୍ରାଇଭ, ଫ୍ଲପି ଡିସ୍କ, ଡିଭିଡି ଏବଂ ମେମୋରୀ କାର୍ଡରେ ଅଶ୍ଳୀଳ କଣ୍ଟେଣ୍ଟ ସବୁ ମିଳିଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଥିଲା ଯେତେବେଳେ ପୋଲିସ ଟିମ୍‌କୁ ଶବ ଗୃହରେ ମୃତଦେହ ସହିତ ସମ୍ବନ୍ଧ ବନାଉଥିବାର ଫୁଲରଙ୍କ ଫଟୋ ମିଳିଥିଲା । କିଛି ଫଟୋକୁ ସେ ପୀଡ଼ିତାଙ୍କ ନାମରେ ଫୋଲ୍ଡର କରି ସେଥିରେ ସେଭ୍ କରି ରଖିଥିଲେ । ଗୋଟିଏ ଭିଡିଓରେ ସେ ୩ଟି ଛୋଟ ପିଲା ଏବଂ ମହିଳାଙ୍କ ମୃତଦେହ ସହ ସମ୍ବନ୍ଧ ରଖୁଥିବାର ଦେଖା ଯାଉଛନ୍ତି । ପୋଲିସ କହିଛି ଯେ ଫୁଲର ୨୦୦୮ ଓ ୨୦୨୦ ଭିତରେ ୯୯ ମୃତଦେହ ସହ ସମ୍ବନ୍ଧ କରିଥିଲେ ।

ସେହି ସମୟ ମଧ୍ୟରେ ସେ କେଣ୍ଟ ସସେକ୍ସ ଏବଂ ଟ୍ୟୁନବ୍ରିଜ୍ ୱେଲ୍ସ ହସ୍ପିଟାଲରେ କାମ କରୁଥିଲେ । ଯଦିଓ ତଦନ୍ତକାରୀ ଅଧିକାରୀମାନେ କେବଳ ୭୮ ମୃତଦେହକୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ, ଯାହାଙ୍କ ସହିତ ଫୁଲର ଅଶ୍ଳୀଳ କାର୍ଯ୍ୟ କରିଥିଲେ । ଅନୁମାନ କରାଯାଉଛି କି, ଫୁଲର ମୃତଦେହ ଗୁଡ଼ିକ ସହିତ ସମ୍ବନ୍ଧ ବନାଇବା ପରେ ହୁଏତ ସେହି ଘଟଣାକୁ ମନେ ରଖିବା ପାଇଁ ନିଜ ଡାଏରୀରେ ନୋଟ୍ କରି ଦେଉଥିଲେ । ସେ ନିଜର ଏହି ଯୌନ ଆକ୍ରମଣ ଉପରେ ଏକ ବିସ୍ତୃତ ଡାଏରୀ ତିଆରି କରି ରଖିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *