ରେଳବାଇ ପୁଲିସ କର୍ମୀଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଲହୁଲୁହାଣ

ରାଉରକେଲା: ଆର୍‌ପିଏଫ୍ କନଷ୍ଟେବଲଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଲହୁଲୁହାଣ । ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କ ପାଖରେ ଟିକେଟ୍ ନ ଥିବାରୁ ତାଙ୍କୁ ଆର୍‌ପିଏଫ୍ କନଷ୍ଟେବଲ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ଜିଆର୍‌ପି ଥାନାରେ ଏତଲା ଦେଇଛନ୍ତି ମହିଳା ଇଞ୍ଜିନିୟର ଅନିତା ରାଜ୍ । ସୂଚନା ଅନୁଯାୟୀ, ଅନିତାଙ୍କ ପାଖରେ ଟଙ୍କା ନଥିବାରୁ ବିନା ଟିକେଟ୍‌ରେ ଗୀତାଞ୍ଜଳି ଏକ୍ସପ୍ରେସରେ ଗୁଣ୍ଡିଆରୁ ହାୱଡା ଯାତ୍ରା କରୁଥିଲେ । ତେବେ ଟିକେଟ୍‌କୁ ନେଇ ପାନପୋଷ ଷ୍ଟେସନ ନିକଟରେ ଆର୍‌ପିଏଫ୍ କନଷ୍ଟେବଲ ଅଜିତ କୁମାର ନାଏକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲ ।

ଏହାପରେ ଆର୍‌ପିଏଫ୍ କନଷ୍ଟେବଲ ଅନିତାଙ୍କୁ ପିଟିଥିବା ଅଭିଯୋଗ ହୋଇଛି । କନଷ୍ଟେବଲଙ୍କ ମାଡ଼ରେ ଅନିତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି । ଟିକେଟ୍ ଚେକ୍ କରିବା ଦାୟିତ୍ୱ ଟିଟିଇଙ୍କର । ହେଲେ ଆର୍‌ପିଏଫ୍ କନଷ୍ଟେବଲ କ’ଣ ପାଇଁ ତାଙ୍କୁ ମାଡ଼ ମାରିଲେ ବୋଲି ଅନିତା ପ୍ରଶ୍ନ କରିଛନ୍ତି । ଏନେଇ ସେ ରାଉରକେଲା ଜିଆର୍‌ପି ଥାନାରେ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ କରାଯାଉଥିବା ରାଉରକେଲା ଜିଆର୍‌ପି ଥାନା ଅଧିକାରୀ କହିଛନ୍ତି ।

ସେ କହିଛନ୍ତି, ‘ଗୀତାଞ୍ଜଳି ଏକ୍ସପ୍ରେସରେ ବିନା ଟିକେଟ୍‌ରେ ମହିଳା ଜଣକ ଗୁଣ୍ଡିଆରୁ ହାୱଡା ଯାଉଥିଲେ । ବିନା ଟିକେଟ୍ ଥିବା ଦର୍ଶାଇ ଆର୍‌ପିଏଫ୍ କନଷ୍ଟେବଲ ଅଜିତ କୁମାର ନାଏକ ମହିଳାଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ସେ ଲାଠିରେ ମହିଳାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ମଧ୍ୟ କରିଥିଲେ । ଏଥିରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି ଓ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି । ଏହାସହ ଘଟଣାର ତଦନ୍ତ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *