ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ନେଇ ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର : ବଢ଼ିଲା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି । ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆବେଦନ କରିବାର ସମୟ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ୨୦୧୬ । ଏହି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଚିକିତ୍ସା ସୁବିଧା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ସ୍ୱାସ୍ଥ୍ୟ ବୀମା ଯୋଜନାରେ କର୍ମଜୀବୀ ସାମ୍ୱାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ । ସ୍ୱାସ୍ଥ୍ୟ ବୀମା କାର୍ଡ଼ ଗୁଡ଼ିକ ସମ୍ପୃକ୍ତ ସାମ୍ୱାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ । ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଆଇଡିଣ୍ଟିଫିକେସନ୍ ନମ୍ୱର ବ୍ୟବହାର କରି ଏହି ସୁବିଧା ପାଇପାରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *