ଛାତିଥରା କାହାଣୀ କହିଲେ ଆଫଗାନୀ ପିତା : ପେଟର ଭୋକ ମେଣ୍ଟାଇବୁ ଯାଇ ବିକ୍ରୀ କଲି ଝିଅକୁ

ନୂଆଦିଲ୍ଳୀ: ତାଲିବାନ ହାତକୁ ଆଫଗାନିସ୍ତାନର ଶାସନ ଡୋରି ଯିବା ପରେ ଦେଶବାସୀଙ୍କ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି । ଦେଶର ବିଭିନ୍ନ ସ୍ଥାନରେ ଅରାଜକତା ଲାଗି ରହିଥିବା ବେଳେ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଆପଣଙ୍କ ଛାତି ଥରାଇଦେବ । ନିଜ ପରିବାରକୁ ଜୀବିତ ରଖିବା ପାଇଁ ୯ ବର୍ଷର ବାଳିକାକୁ ବିକ୍ରି କରିଛି ବାପ । ତେବେ ଏହି ବିକ୍ରି କୌଣସି ଡରରେ ନୁହେଁ ବରଂ ପେଟର କ୍ଷୁଧା ନିବାରଣ ପାଇଁ କରାଯାଉଥିବା ଜଣାପଡିଛି । ଏମିତି ଏକ କାହାଣୀ ଘଟିଛି ୯ ବର୍ଷୀୟା ପରୱାନା ମଲିକଙ୍କ ଜୀବନରେ । ଏକଦା ଶିକ୍ଷୟିତ୍ରୀ ହେବାର ଆଶା କରିଥିବା ଏହି ବାଳିକା ଜଣଙ୍କୁ ବର୍ତ୍ତମାନ ବିବାହ ପାଇଁ ବିକ୍ରି କରି ଦିଆଯାଇଛି ।

ପରୱାନାଙ୍କୁ କୋରବାନ ନାମକ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କୁ ବିକ୍ରି କରି ଦିଆଯାଇଥିଲା । ପରୱାନାଙ୍କ ପରିବାରରେ ୮ ଜଣ ସଦସ୍ୟ ରହିଥିବା ବେଳେ ପରିବାର ଚଳାଇବା ପାଇଁ ଅନ୍ୟ କୌଣସି ରାସ୍ତା ନଥିବା ପ୍ରକାଶ କରିଛନ୍ତି ପରୱାନାଙ୍କ ପିତା ଅବଦୁଲ । ଯୁଦ୍ଧ ପ୍ରପୀଡିତ ବଦଘିରେ କେବଳ ଅନ୍ତର୍ଜାତୀୟ ସହାୟତା ଆଶାରେ ଲୋକ ବଞ୍ଚିଥିବା ବେଳେ କାମ କରିବାର କୌଣସି ସୁଯୋଗ ନାହିଁ । କିଛି ମାସ ପୂର୍ବରୁ ଅବଦୁଲ ନିଜର ୧୨ ବର୍ଷୀୟ ଝିଅକୁ ମଧ୍ୟ ବିକ୍ରି କରି ଦେଇଥିଲେ । ଅବଦୁଲ ନିଜ କର୍ମକୁ ନେଇ ଦୁଃଖ ପ୍ରକାଶ କରୁଥିଲେ ମଧ୍ୟ ପରିବାରକୁ ଜୀବନ୍ତ ରଖିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *