ମଣିପୁରରେ ଆତଙ୍କବାଦୀ ଆକ୍ରମଣ : କମାଣ୍ଡିଂ ଅଫିସରଙ୍କ ସମେତ ୭ଜଣଙ୍କ ମୃତ୍ୟୁ

ଇମ୍ଫାଲ : ପୁଣି ମଣିପୁରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ। ସେଠାରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିବା ଫଳରେ ୪ଜଣ ଯବାନଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ମଣିପୁର ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ଓ ତାଙ୍କ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣା ଶନିବାର ସକାଳ ୧୦ ଟାରେ ଘଟିଥିଲା ।

ସେଖନ-ବୋହିଅଙ୍ଗ ପୁଲିସ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିଲା । ୪୬ ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ନିଜ ପରିବାର ସହିତ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଗାଡି ଉପରକୁ ହଠାତ ଆକ୍ରମଣ କରିଥିଲେ । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ପତ୍ନୀଙ୍କ ସହ ମୋଟ ୭ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ କମାଣ୍ଡିଂ ଅଫିସରଙ୍କୁ ମିଶାଇ ୫ଜଣ ଯବାନ ଏବଂ କମାଣ୍ଡିଂ ଅଫିସରଙ୍କ ପତ୍ନୀ ଓ ପୁଅ ଥିବା ଜଣାପଡ଼ିଛି। ମଣିପୁରସ୍ଥିତ ପିପୁଲ୍ସ ଲିବରେସନ୍ ଆର୍ମି ଏହି ଆକ୍ରମଣ ପଛରେ ଥିବା ସନ୍ଦେହ କରାଯାଉଛି। ମଣିପୁର ମୁଖ୍ୟମନ୍ତ୍ରୀ ନଙ୍ଗଥମ୍ବମ୍ ବିରେନ୍ ସିଂ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହାସହ ଏଭଳି ଘୃଣ୍ୟ କାମ କରିଥିବା ଆତଙ୍କବାଦୀଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *