ଆତଙ୍କବାଦୀ ସଂଗଠନ ତାଲିକାରୁ ତାଲିବାନକୁ ହଟାଇବା ପାଇଁ ଋଷ୍‌ର ସଙ୍କେତ

ମସ୍କୋ: ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।ଆଫଗାନିସ୍ତାନ୍‌ର ସ୍ଥିତିକୁ ନେଇ ଋଷ୍‌ର ମସ୍କୋରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଲିବାନ୍‌କୁ ନେଇ ଏକ ବଡ ବିବୃତ୍ତି ଦେଇଛନ୍ତି । ନିଜ ବୟାନରେ ପୁଟିନ୍ କହିଛନ୍ତି, ଋଷ୍ ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇପାରେ । ମିଳିତ ଜାତିସଂଘ ସ୍ତରରେ ମଧ୍ୟ ଏହିପରି କିଛି ପରିବର୍ତ୍ତନ କରାଯିବା ଆବଶ୍ୟକତା ରହିଛି । ଅନୁଷ୍ଠିତ ବୈଠକରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ଯେଉଁପରି ଭାବେ ତାଲିବାନ୍ ଆଫଗାନିସ୍ତାନ ଚଳାଉଛି, ଆଗାମୀ ଦିନରେ ଆଫଗାନିସ୍ତାନର ସ୍ଥିତି ଭଲ ରହୁ ବୋଲି ଆମେ ଆଶା କରୁଛୁ । ହେଲେ ଖୁବ୍ ଶୀଘ୍ର ତାଲିବାନ୍‌କୁ ଆତଙ୍କୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନିଆଯିବ । ୨୦୦୩ ମସିହାରେ ଋଷ୍ ଦ୍ୱାରା ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷିତ କରାଯାଇ ଆତଙ୍କୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ହେଲେ ବର୍ତ୍ତମାନ ଋଷ୍ ପକ୍ଷରୁ ତାଲିବାନ୍‌କୁ ଆତଙ୍କୀ ସଂଗଠନ ତାଲିକାରୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁପରି ଭାବରେ ତାଲିବାନ୍‌କୁ ଆତଙ୍କୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା ଠିକ୍ ସେହିଭଳି ହିଁ ତାଲିବାନ୍‌କୁ ଆତଙ୍କୀ ସଂଗଠନ ତାଲିକାରୁ ବାହାର କରିଦିଆଯିବ । ଏନେଇ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ‘ଆମେ ତାଲିବାନର ପ୍ରତିନିଧୀମାନଙ୍କ ସହ ଯୋଗାଯୋଗରେ ଅଛୁ । ଆମେ ତାଲିବାନକୁ ମସ୍କୋକୁ ଆସିବା ପାଇଁ ନିମନ୍ତ୍ରଣ କରିଛୁ । ଏହାସହ ଆଗାମୀ ଦିନରେ ମଧ୍ୟ ଆମେ ଆଫଗାନିସ୍ତାନ ସହ ସଂମ୍ପର୍କ ରଖିବୁ । ଏହାସହ ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ବିଶ୍ୱକୁ ଏହା ବୁଝିବା ଦରକାର ଯେ, ଆଫ୍‌ଗାନିସ୍ତାନ୍ ଏବେ ତାଲିବାନ୍ ଶାସନ ଅଧିନରେ ରହିଛି । ତେଣୁ ଆଫଗାନିସ୍ତାନ କେବଳ ତାଲିବାନ ପ୍ରଶାସନ ଦ୍ୱାରା ହିଁ ପରିଚାଳିତ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *