ପାକ୍ ଆତଙ୍କବାଦୀ ମୃତ, ଅନ୍ୟ ଜଣେ ଗିରଫ

ଶ୍ରୀନଗର: ନିରାପତ୍ତାରକ୍ଷୀମାନେ ସୋମବାର ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି । ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ଜଣେ ପାକ୍ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଗିରଫ ହୋଇଛି । ବାରମୁଳାରେ ଅନ୍ୟ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସେମାନେ ସୀମା ଅତିକ୍ର୍ରମ କରୁଥିଲେ ବୋଲି ଧରାପଡିଥିବା ଆତଙ୍କୀ ଅଲ୍ଲୀ ବାବର କହିଛି । ତେବେ ସାଥି ଆତଙ୍କବାଦୀ ଜଣକ ପ୍ରାଣ ହରାଇବାପରେ ବାବର ଆତ୍ମସର୍ମପଣ କରିଥିଲା । ସେମାନଙ୍କୁ ପାକିସ୍ତାନ ସେନା ପକ୍ଷରୁ ତାଲିମ ଦିଆଯାଇଥିବା ସେ ସ୍ୱୀକାର କରିଛି । ୨୦୧୬ ସେପ୍ଟେମ୍ବର ୧୮ରେ ଉରିସ୍ଥିତ ସେନା ଶିବିର ଉପରେ ଯେଉଁ ଆକ୍ରମଣ କରାଯାଇଥିଲା, ସେହି ଢାଞ୍ଚାରେ ଆଉ ଏକ ଆକ୍ରମଣ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ବାବର କହିଛି । ସୂଚନାଯୋଗ୍ୟ ଏହି ଆକ୍ରମଣରେ ୧୯ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୪ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଥିଲେ । ୨୦୧୬ରେ ଯେଉଁ ରାସ୍ତା ଦେଇ ଆତଙ୍କବାଦୀମାନେ ଉରିକୁ ପ୍ରବେଶ କରିଥିଲେ, ସେହି ରାସ୍ତା ଦେଇ ଏମାନେ ଅନୁପ୍ରବେଶ କରିଥିବା ଜଣାପଡିଛି । ବିଗତ ସାତଦିନ ମଧ୍ୟରେ ୭ ଜଣ ଆତଙ୍କବାଦୀ ନିପାତ ହୋଇସାରିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *