ପୃଥିବୀ ଉପରେ ମାଡ଼ି ଆସୁଛି ଭୟଙ୍କର ବିପଦ

ନୂଆଦିଲ୍ଲୀ : ପୃଥିବୀ ଉପରେ ମାଡ଼ି ଆସୁଛି ଭୟଙ୍କର ବିପଦ । ପୁଣିଥରେ ଆସିପାରେ ଭୟଙ୍କର ସୁନାମୀ । ଜଳବାୟୁ ପରିବର୍ତ୍ତନ ନେଇ ପ୍ରତିଦିନ ନୂଆ ନୂଆ ଭବିଷ୍ୟତବାଣୀ ଆସୁଥିବା ବେଳେ ଏବେ ଏଭଳି ସତର୍କ ସୂଚନା ଦେଇଛନ୍ତି ବିଶେଷଜ୍ଞ । ନିକଟରେ ଜଳବାୟୁ ପରିବର୍ତ୍ତନ ନେଇ ଏକ ଅଧ୍ୟୟନ ହୋଇଥିଲା । ଏହି ରିସର୍ଚ୍ଚରେ ଅଂଶଗ୍ରହଣ କରିଥିବା ଜଳବାୟୁ ଗବେଷକଙ୍କ କହିବାନୁସାରେ, ଯଦି ଆର୍କଟିକ୍‌ର ବରଫ ବା ଗ୍ଲେସିୟର ଏମିତି ହିଁ ତରଳୁଥିବ ତେବେ ଏହାର ପ୍ରଭାବ ୟୁକେ ଓ ଗ୍ରୀନ୍‌ଲ୍ୟାଣ୍ଡ ଉପରେ ପଡ଼ିବ। ବରଫ ପାହାଡ଼ ତରଳିଲେ ଆଗକୁ ଏହି ଦୁଇ ଦେଶରେ ଭୟଙ୍କର ସୁନାମୀ ଆସିପାରେ ବୋଲି ପରିବେଶବିତ୍ ସତର୍କ କରାଇଛନ୍ତି ।

ଅଧ୍ୟୟନରେ କୁହାଯାଇଛି ଯେ ଆର୍କଟିକ ତରଳିବା ଯୋଗୁ ୟୁକେ ଓ ଗ୍ରୀନ୍‌ଲ୍ୟାଣ୍ଡ ପାଖରେ ଥିବା ମହାସାଗରର ଜଳସ୍ତର ପ୍ରତିବର୍ଷ ୨.୫ ସେମି ବଢ଼ୁଛି । ଏହି ବରଫର ଚାପରେ ସ୍ଥାନୀୟ ଅଞ୍ଚଳରେ ଏଭଳି ପରିବର୍ତ୍ତନ ଆସିବ । ଯାହାର ଫଳସ୍ୱରୂପ ଦେଶରେ ସୁନାମୀ ଆସିବ । ବିରାଟ ବିରାଟ ବରଫ ଖଣ୍ଡ ତରଳିବା ଯୋଗୁ ସ୍ଥାନୀୟ ସମୁଦ୍ର ତଳେ ଟେକ୍ଟୋନିକ ପ୍ଲେଟ୍ସକୁ ଏତେ ମାତ୍ରାରେ ପ୍ରଭାବିତ କରିବ । ଯାହା ଦ୍ୱାରା ସମୁଦ୍ର ତଳେ ଭୂମିକମ୍ପ ଆସିବ ।

ଫଳସ୍ୱରୂପ ଏକ ବିନାଶକାରୀ ସୁନାମୀ ଗ୍ରୀନ୍‌ଲାଣ୍ଡ ଓ ୟୁକେରେ ପ୍ରଳୟ ରଚିବ । ଲଣ୍ଡନର ୟୁନିଭର୍ସିଟି କଲେଜର ଆର୍ଥ ସାଇନ୍ସର ପ୍ରଫେସର ବିଲ ମେଗବାୟର ଏହି ଚେତାବନୀ ଦେଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ଗାଏବ ହୋଇଯାଉଥିବା ବରଫର ଚାଦର ମହାସାଗରର ଟେକ୍ଟୋନିକ ପ୍ଲେଟ୍ସରେ ଅସ୍ଥିରତା ସୃଷ୍ଟି କରିବ । ଫଳରେ ଗ୍ରୀନ୍‌ଲାଣ୍ଡ ଆଖପାଖ ଅଞ୍ଚଳରେ ଭୟଙ୍କର ଭୂମିକମ୍ପ ହେବ । ଏହା ଦ୍ୱାରା ୟୁନାଇଟେଡ୍ କିଙ୍ଗ୍‌ଡମ୍ ବି ପ୍ରଭାବିତ ହେବ ବୋଲି ବିଲ୍ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *