ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟରେ କରୋନାର ପ୍ରକୋପ ଧୀରେଧୀର କମୁଥିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି । ଜଣାପଡ଼ିଛି ଯେ, ପୂର୍ବରୁ ବନ୍ଦ ରହିଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୯ ତାରିଖରୁ ଖୋଲାଯିବ । ତେବେ କୋଭିଡ୍ ଗାଇଡଲାଇନ୍ ସହ ଏହା କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ । ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ସମସ୍ତ କଟକଣାକୁ କୋହଳ କରିଥିଲେ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା । ବର୍ତ୍ତମାନ ସ୍ଥିତି ସୁଧୁରୁଥିବାରୁ ଆସନ୍ତା ୯ ତାରିଖରୁ ସମସ୍ତ ଡିଗ୍ରୀ, ଡିପ୍ଲୋମୋ, ପଲିଟେକନିକ୍ ଓ ଆଇଟିଆଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ବର୍ଷାଧିକ ସମୟ ବିଭିନ୍ନ ଶିକ୍ଷାନୁଷ୍ଠାନ କୋଭିଡ୍ ପାଇଁ ବନ୍ଦ ରହିବା ଫଳରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ତେଣୁ ବର୍ତ୍ତମାନ ପୁଣି ଥରେ ଶିକ୍ଷାକୁ ପୁରୁଣା ଟ୍ରାକକୁ ଫେରାଇ ଆଣିବାକୁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *