TATA Power CEO AND MD Dr Prabir Sihna joins Make in Odisha Conclave

ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍ ୨୦୨୨ରେ ଯୋଗ ଦେଇଛନ୍ତି ଟାଟା ପାୱାର ସିଇଓ ଓ ଏମ୍‌ଡି ଡା. ପ୍ରବୀର ସିହ୍ନା

ଭୁବନେଶ୍ୱର, ୩୦ ନଭେମ୍ବର ୨୦୨୨: ଟାଟା ପାୱାର ସିଇଓ ଓ ଏମ୍‌ଡି ଡା. ପ୍ରବୀର ସିହ୍ନା ଆଜିଠାରୁ ଅର୍ଥାତ୍ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍ ୨୦୨୨ର ୩ୟ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି । ଓଡିଶାରେ ୪ଟି ଟାଟା ପାୱାର ଡିସ୍‌କମ୍ ଯଥା ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍ ଓ ଟିପିଡବ୍ଲ୍ୟୁଓଡିଏଲ୍ ପ୍ରାୟ ୧ କୋଟି ଉପଭୋକ୍ତାଙ୍କୁ ସେବା ପ୍ରଦାନ କରୁଛନ୍ତି । ସମସ୍ତ ୪ଟି ବିଦ୍ୟୁତ୍ ବିତରଣ ସଂସ୍ଥା ଟାଟା ପାୱାର ରଖିଥିବା ୫୧%ର ଅଂଶଧନ ସହିତ ଏକ ପିପିପି ମଡେଲ୍ ଅଧିନରେ ପରିଚାଳନା କରୁଛନ୍ତି । ୪ଟି ଡିସ୍‌କମ୍‌ରେ ଥିବା କୈନ୍ଦ୍ରିକ ପରିଚାଳନାଗୁଡିକ ନିରନ୍ତର ଉନ୍ନତି କରୁଛନ୍ତି କାରଣ ବିଭିନ୍ନ ବୈଷୟିକ, ବାଣିଜ୍ୟିକ ଓ ଗ୍ରାହକ-ସମ୍ବନ୍ଧିତ ପଦକ୍ଷେପଗୁଡିକ ଡିସ୍‌କମ୍‌ଗୁଡିକୁ ବୈଷୟିକ କ୍ଷତି ହ୍ରାସ କରିବାରେ ସାହାଯ୍ୟ କରିଛି । ଓଡିଶାରେ ବିଦ୍ୟୁତ୍ ଉପଭୋକ୍ତାମାନେ ଏବେ ଏକ ଉନ୍ନତ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ସେବା ଉପଭୋଗ କରୁଛନ୍ତି କାରଣ ରାଜ୍ୟର ବିଦ୍ୟୁତ୍ ବିତରଣ ଖୁବ୍ କମ୍ ସମୟ ମଧ୍ୟରେ ଏକ ଉଲ୍ଲେଖନୀୟ ରୂପାନ୍ତରଣ ଦେଇ ଗତି କରିଛି । ରାଜ୍ୟର ଡିସ୍‌କମ୍‌ଗୁଡିକ କେବଳ ଏଟିଆଣ୍ଡ୍‌ସି କ୍ଷତିଗୁଡିକୁ ହ୍ରାସ କରିବା ପାଇଁ ସକ୍ଷମ ହୋଇନାହାଁନ୍ତି ବରଂ
ନିର୍ଭରଯୋଗ୍ୟତା ଓ ଗ୍ରାହକ ସଂଯୋଗରେ ମଧ୍ୟ ଏକ ଉନ୍ନତି ଦେଖିବାକୁ ମିଳିଛି । ଟାଟା ପାୱାର ଡିସ୍‌କମ୍‌ଗୁଡିକରେ ସ୍ମାର୍ଟ ଗ୍ରିଡ୍ ଟେକ୍ନୋଲୋଜିଗୁଡିକର ନିୟୋଜନକୁ କାର୍ଯ୍ୟକାରୀ କରିଛି ଯାହାଫଳରେ ବିଭିନ୍ନ ବର୍ଗରେ ଗ୍ରାହକ ସନ୍ତୁଷ୍ଟୀକରଣ ବୃଦ୍ଧି ପାଇଛି । ଡିସ୍‌କମ୍‌ଗୁଡିକ ବିଦ୍ୟୁତ୍ ସଂଯୋଗ ଦେବାଠାରୁ ଆରମ୍ଭ କରି ମିଟରିଙ୍ଗ୍‌, ବିଲିଙ୍ଗ୍‌, ଅଭିଯୋଗର ସମାଧାନ ଓ ବିଲ୍ ପେମେଂଟ୍‌ସ ସହଜତା ପର୍ଯ୍ୟନ୍ତ ସମଗ୍ର ଗ୍ରାହକ ଯାତ୍ରା ଉପରେ ଗୁରୁତ୍ୱ ଦେଉଛନ୍ତି । ଡିସ୍‌କମ୍‌ଗୁଡିକ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ନିଜ ସେବାରେ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରିଛନ୍ତି । ଓଡିଶାର ଲୋକମାନଙ୍କୁ ସ୍ୱଚ୍ଛ ଓ ସବୁଜ ଶକ୍ତି ଉତ୍ପାଦ ଏବଂ ସମାଧାନ ପ୍ରଦାନ କରିବା ଲାଗି ଟାଟା ପାୱାର ସ୍ୱଚ୍ଛ ଯାତାୟତକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟବ୍ୟାପୀ ଇଭି ଚାର୍ଜିଙ୍ଗ୍ ଷ୍ଟେସନ ସ୍ଥାପନ କରିବାକୁ ଯୋଜନା ରଖିଛି । ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଟାଟା ପାୱାର ରୁଫ୍‌ଟପ୍ ସୋଲାର ଇନ୍‌ଷ୍ଟଲେଶନ, ସୋଲାରପମ୍ପ ଓ ହୋମ୍ ଅଟୋମେଶନ ସଲ୍ୟୁଶନ ପ୍ରଦାନ କରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *