ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର : ଜାତୀୟ ଉଦ୍ୟାନ ଶିମିଳିପାଳ ସମେତ ରାଜ୍ୟରେ ବାକି ଜଙ୍ଗଲରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ଉକ୍ତ ଟାସ୍କଫୋର୍ସରେ ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଅଧ୍ୟକ୍ଷ ରହିଛନ୍ତି । ତାଙ୍କୁ ମିଶାଇ ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ଅଛନ୍ତି । ଏଥିରେ ଡେରାଡୁନ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ମଧ୍ୟ ସଦସ୍ୟ ରହିଛନ୍ତି । ବାକି ରାଜ୍ୟରେ ସଦସ୍ୟଙ୍କ ଭିତରେ ଶଶୀ ପାଉଲ, ପି କେ ମଲ୍ଲିକ, ଜେ କେ ପାଣିଗ୍ରାହୀ, ବିଜୟ ଅଗ୍ରୱାଲ ରହିବେ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଟାସ୍କ ଫୋର୍ସ ଜଙ୍ଗଲରେ ଲାଗିଥିବା ନିଆଁର କାରଣ ଖୋଜିବା ସହ ନିରାକରଣ ବ୍ୟବସ୍ଥା କରିବେ ବୋଲି କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *