ଅଙ୍ଗ କାଟିବା ପରି ବର୍ବର ସଜ୍ଜା ଆଣିବ ତାଲିବାନ

ନୂଆଦିଲ୍ଲୀ: ଗୋଟେ ପଟେ ସାରା ବିଶ୍ୱ ସାମନାରେ ତାଲିବାନି ମାନେ ବଦଳି ଯାଇଥିବା ଦର୍ଶାଉଛନ୍ତି, ହେଲେ ଅନ୍ୟପଟେ ଶାସନକୁ ଆସିବା ପରେ ସେମାନଙ୍କର ଆଉ ଏକ ରୂପ ଦେଖିବାକୁ ମିଳୁଛି । ତାଲିବାନ ଏବେ ଦେଶ ମାନଙ୍କ ଠାରୁ ମାନ୍ୟତା ପାଇବା ଅପେକ୍ଷାରେ ରହିଛନ୍ତି ଓ ଜାତିସଂଘରେ ନିଜ ପାଇଁ ଜାଗା ଖୋଜୁଛନ୍ତି । କିନ୍ତୁ ପୁଣିଥରେ ତାଲିବାନିଙ୍କ ଠାରୁ କିଛି ବି ଭଲ ଜିନିଷ ଆଶା ରଖୁଥିବା ଲୋକଙ୍କୁ ଝଟକା ଲାଗିଛି । ତାଲିବାନି ସଂସ୍ଥାପକ ମୁଲ୍ଲା ନୂରଦ୍ଦିନ୍ ତୁରାବୀ କହିଛନ୍ତି ଯେ, ଆଫଗାନିସ୍ତାନରେ ପୁଣିଥରେ ଫାଶୀ ଓ ଅଙ୍ଗ କାଟିବା ପରି ସଜ୍ଜା ଦିଆଯିବ । ହେଲେ ଏହା ସମ୍ଭବ ଯେ, ଏସବୁ ସଜ୍ଜା ସାର୍ବଜନୀକ ସ୍ଥାନରେ ଦିଆଯିବ ନାହିଁ । ତୁରାବୀ ସଫା ସଫା କହିଛନ୍ତି ଯେ, କିଏ ବି ଆମ ନିୟମ ସମ୍ପର୍କରେ କହିବେନି ଯେ, କ’ଣ ହେବା ଦରକାର କ’ଣ ନାହିଁ । ଆମେ ଇସଲାମ୍ ପାଳନ କରିବୁ ଏବଂ କୁରାନ୍ ଉପରେ ନିୟମ କାନୁନ୍ ତିଆରି କରିବୁ । ତେବେ ଆଫଗାନିସ୍ତାନ ଉପରେ ତାଲିବାନ ମାନେ କବଜା କରିବା ପରେ ଦେଶର ଆର୍ôଥକ ସ୍ଥିତି ବିଗିଡ଼ିବା ସହିତ ଯେଉଁମାନେ ସେଠାରୁ ନମୁକୁଳିପାରି ରହିଯାଇଛନ୍ତି ସେମାନେ ଖୁବ ସମସ୍ୟା ଦେଇ ଗତି କରୁଛନ୍ତି । ଖାସ୍ କରି ମହିଳାମାନେ ପୁଣିଥରେ ଆତଙ୍କବାଦୀ ସଂଗଠନ ତାଲିବାନୀଙ୍କ ଅତ୍ୟାଚାରର ସାମନାକୁ କରୁଛନ୍ତି ଓ କରିବେ ମଧ୍ୟ । ତାଲିବାନୀଙ୍କ ଶାସନରେ ମହିଳା ମାନଙ୍କ ପ୍ରତି ଅନେକ ପ୍ରକାରର ନିୟମ ରହିଛି । ବିଶେଷ କରି ଘରୁ ଏକା ବାହାରିବେ ନାହିଁ, ଆଉ ଯଦି ବି ବାହାରିବେ ସାଙ୍ଗରେ କୌଣସି ପୁରୁଷଙ୍କୁ ନେଇ ବାହାରିବେ, ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡେଇ ହୋଇରହିବେ ଅର୍ଥାତ୍ ବୁର୍ଖା ପିନ୍ଧିବେ, ହାଇ ହିଲ୍ ପିନ୍ଧିପାରିବେ ନାହିଁ ଏପରି ଅନେକ କିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ତାଲିବାନୀ ମାନେ ଆଫଗାନିସ୍ତାନର କାବୁଲ ଉପରେ କବଜା କରିଥିଲେ । ଏହାପରଠାରୁ ଦୁନିଆର ନଜର ଆଫଗାନିସ୍ତାନ ଉପରେ ରହିଛି । ଏବେ କେବଳ ଗୋଟିଏ ପ୍ରଶ୍ନ ଲୋକଙ୍କ ମନରେ ରହିଛି ଯେ, ୧୯୯୦ର ଦଶକର ନିୟମ କାନୁନ୍ ପୁଣି ଲୋକଙ୍କ ଉପରେ ଜୋରଜବରଦସ୍ତି ଲଦି ଦିଆଯିବ? ହେଲେ ତୁରାବୀଙ୍କ ଏହି ଅଙ୍ଗ କାଟିବା ବୟାନ ପରେ ସଫା ସଫା ଲାଗୁଛି ଯେ, ତାଲିବାନିଙ୍କ ବିଚାରଧାରା ଯେମିତିକୁ ସେମିତି ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *