ବରାଦରଙ୍କୁ ମୁକ୍କା ମାରିଲେ ହକ୍କାନୀ

ତାଲିବାନ ଗଠନ କରିଥିବା ଲୋକମାନଙ୍କ ମଧ୍ୟରୁ ମଲ୍ଲିକା ଅବଦୁଲ ଘାନି ବରାଦର ଅନ୍ୟତମ । ତାଲିବାନର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସଂଗ୍ରାମର ଅଂଶବିଶେଷ ଥିବା ବରାଦରକୁ କାବୁଲର ରାଷ୍ଟ୍ରପତି ଭବନରେ ତିରସ୍କାର କରାଯାଉଥିବା ଦେଖିବାକୁ ମିଳିଛି । ଏପରିକି ତାଙ୍କୁ ଗଳା ଧକ୍କା ଦେଇ ବିଦା କରାଯାଇଛି । ଖବର ମୁତାବକ, ତାଲିବାନ ସରକାରରେ ହକ୍କାନି ଦଳର ଆଭିମୁଖ୍ୟ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ବରାଦରଙ୍କୁ ବାରମ୍ୱାର ଅପମାନ ସହ୍ୟ କରିବାକୁ ପଡୁଛି । ସୂଚନା ଥାଉକି, ଯେ ଗତ ସପ୍ତାହରେ ବରାଦରଙ୍କ ମୃତ୍ୟୁ ଖବର ଆସିଥିଲା, କିନ୍ତୁ ପରେ ବରାଦର ଭିଡିଓ ପୋଷ୍ଟ କରି ସେହି ରିପୋର୍ଟକୁ ଅସ୍ୱୀକାର କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ଖବର ଆମେରିକାର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ଯେ ବରାଦରଙ୍କୁ ଆକ୍ରମଣ କରାଯାଇଛି । ଏମିତିକି କାବୁଲର ରାଷ୍ଟ୍ରପତି ଭବନରେ ତାଙ୍କୁ ମାରପିଟ୍ ସହ ଗୁଳିଚାଳନା ବି କରାଯାଇଛି । ବିଶ୍ୱ ଜାଣେ ବରାଦର ତାଲିବାନର ମୁଖ୍ୟ ଚେହେରା ହୋଇଆସୁଛନ୍ତି । ସେ ମଧ୍ୟ ଆମେରିକା ସହିତ ବାରମ୍ବାର ଆଲୋଚନାରେ ଜଡିତ ଥିଲେ । ଆଫଗାନିସ୍ତାନ ଛାଡିଥିବା ଆମେରିକା ଏବଂ ଏହାର ସହଯୋଗୀମାନେ ଆଶା କରିଥିଲେ ଯେ ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ସ୍ୱର ହେବ । ଆଶା କରାଯାଉଥିଲା ଯେ ସେ ତାଲିବାନ କ୍ୟାବିନେଟରେ ଅଣ ତାଲିବାନ ନେତା ତଥା ଅନୁସୂଚିତ ଜାତିର ଲୋକଙ୍କୁ ମଧ୍ୟ ସାମିଲ କରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *