ତାଲିବାନ୍ ଶାସନରେ ଆଫଗାନବାସୀଙ୍କ ସ୍ଥିତି ଶୋଚନୀୟ

କାବୁଲ : ଦେଶ ସମ୍ଭାଳିବାକୁ ଅକ୍ଷମ ତାଲିବାନ୍ ସରକାର । ଥରେ ନୁହେଁ କି ଦୁଇ ଥର ନୁହେଁ ବନ୍ଧୁକ ମୁନରେ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ୧୦ ଥରରୁ ଅଧିକ ଆକ୍ରମଣ ହୋଇସାରିଲାଣି । ୧୫ ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଅକ୍ତିଆର୍ କରିଥିଲା । ସେବେଠାରୁ ଆଫଗାନିସ୍ତାନରେ କ୍ରମାଗତ ବିସ୍ଫୋରଣ ଘଟିଚାଲିଛି । ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ (ଆଇଏସ୍‌-କେ) ଅଧିକାଂଶ ଆକ୍ରମଣ ପାଇଁ ନିଜକୁ ଦାୟୀ କରୁଛି । ଆମେରିକା ଆଫଗାନିସ୍ତାନ ଛାଡିବା ପରେ ତାଲିବାନକୁ ଟାର୍ଗେଟ କରୁଛି ଆଇଏସ-କେ । ତାଲିବାନ ଶାସନରେ ଦିନକୁ ଦିନ କଳାବାଦଲ ଘୋଟିଆସୁଛି । କେତେବେଳେ ଭୋକ, କେତେବେଳେ ଶୀତ, ଆଉ ଲଗାତାର ବିସ୍ଫୋରଣ । ତାଲିବାନ ଶାସନରେ ଆଫଗାନିସ୍ତାନର ସ୍ଥିତି ଭଲ ଥିବା ପରି ମନେ ହେଉନାହିଁ ।

ହେଲେ ତାଲିବାନ ନେତାମାନେ କିନ୍ତୁ ଏକଥା ମାନିବାକୁ ରାଜି ନୁହେଁ । ସବୁକିଛି ନିୟନ୍ତ୍ରଣରେ ଅଛି ତଥା ଆଫଗାନ୍ ଲୋକମାନେ ସୁରକ୍ଷିତ ଅଛନ୍ତି ବୋଲି କହୁଛନ୍ତି । ତାଲିବାନର ଅଢ଼େଇ ମାସର ଶାସନ କାଳରେ ଅନେକ ବଡ଼ ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୩୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ୪୮୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପ୍ଟେମ୍ବର ୧୮ରେ ନଙ୍ଗରହରର ରାଜଧାନୀ ଜାଲାଲାବାଦରେ ଚାରିଟି ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୩୦ ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣରେ ତାଲିବାନ ପାଟ୍ରୋଲିଂ ଗାଡିଗୁଡ଼ିକୁ ଟାର୍ଗେଟ କରାଯାଇଥିଲା । ଏହା ସହିତ ସେହି ଦିନ କାବୁଲରେ ମଧ୍ୟ ଏକ ବିସ୍ଫୋରଣ ହୋଇଥିଲା । କିନ୍ତୁ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ । ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ମଧ୍ୟ ଦାୟୀ ବୋଲି ଦାବି କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *