ତାଲିବାନ୍‌ର ଧମକ୍ : ମୁସଲମାନ ସମ୍ପ୍ରଦାୟକୁ ଗ୍ରହଣ କର ନଚେତ୍ ଦେଶ ଛାଡ

କାବୁଲ : ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍ ଦେଇଛି ତାଲିବାନ୍ । ତାଲିବାନ୍‌ର ଆଫଗାନ୍ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ୍ ଦିଆଯାଉଛି । ଆଫଗାନିସ୍ତାନରେ ବାସ କରୁଥିବା ଶିଖ୍ ସମ୍ପ୍ରଦାୟର ଲୋକମାନେଙ୍କ ଜୀବନ ପ୍ରତି ବିପଦ ରହିଛି । କାରଣ ତାଲିବାନ୍ ସେମାନଙ୍କୁ ନିଜ ସମ୍ପ୍ରଦାୟ ଛାଡି ମୁସଲମାନଙ୍କ ସୁନ୍ନି ସଂମ୍ପ୍ରଦାୟକୁ ଆପଣାଇବା ପାଇଁ ବାଧ୍ୟ କରୁଛନ୍ତି ବୋଲି ନିକଟରେ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ପ୍ରକାଶ କରାଯାଇଛି ।

ଆଫଗାନିସ୍ତାନରେ ଅନେକ ଶିଖ ବିରୋଧରେ ହିଂସାକାଣ୍ଡ ତଥା ଆକ୍ରମଣ କରାଯାଇଛି । ଗତ ବର୍ଷ ଜୁନ୍‌ରେ ଆତଙ୍କବାଦୀମାନେ ଆଫଗାନିସ୍ତାନର ଶିଖ ନେତାଙ୍କୁ ଅପହରଣ କରି ନେଇଥିଲେ । ହେଲେ ଏ ବିଷୟରେ ଅଧିକ ତଥ୍ୟ ପ୍ରକାଶିତ ହୋଇପାରି ନାହିଁ । ସେହିପରି କାବୁଲ୍‌ରେ ମଧ୍ୟ ୨୦୧୯ରେ ଜଣେ ଶିଖ ବ୍ୟକ୍ତିଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । କେବଳ ଏତିକି ନୁହେଁ ଜଣେ ଶିଖ ବ୍ୟକ୍ତିଙ୍କୁ କେହି ଜଣେ ଦୁର୍ବୁତ୍ତ ଗୁଳି କରି ମଧ୍ୟ ହତ୍ୟା କରିଥିଲେ । ବହୁ ଶତାଦ୍ଦୀ ଧରି ଆଫଗାନିସ୍ତାନରେ ହଜାର ହଜାର ଶିଖ୍ ସମ୍ପ୍ରଦାୟର ଲୋକମାନେ ବାସ କରିଆସୁଛନ୍ତି ।

ହେଲେ ବିଗତ କିଛି ବର୍ଷ ମଧ୍ୟରେ ଧାର୍ମିକ, ହିଂସା, ହତ୍ୟା ଏବଂ ଭେଦଭାବ ଫଳରେ ସେମାନେ ଦେଶ ଛାଡି ପଳାଉଛନ୍ତି । ଯାହା ଦ୍ୱାରା ଦେଶରେ ଧିରେ ଧିରେ ଶିଖ୍ ସମ୍ପ୍ରଦାୟର ଲୋକମାନେ ହ୍ରାସ ପାଇବାରେ ଲାଗିଛି । ଶିଖ୍ ସମ୍ପ୍ରଦାୟର ଲୋକମାନେ ସୁନ୍ନି ସମ୍ପ୍ରଦାୟର କଠୋର ବିଚାରଧାରା ବିରୁଦ୍ଧରେ ଥିବାରୁ ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି । ସଂଖ୍ୟାଲଘୁ ଶିଖଙ୍କ ଜାତିକୁ ସୁରକ୍ଷା ତଥା ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ଆଫଗାନିସ୍ତାନର ପୂର୍ବତନ ଶାସନ ବିଫଳ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ତାଲିବାନ ସରକାରର ମନମୁଖୀ କାର୍ଯ୍ୟ ଫଳରେ ଆଫଗାନିସ୍ତାନରେ ଶିଖ୍‌ମାନଙ୍କର ସମ୍ପ୍ରଦାୟ ଲୋପ୍ ପାଇବାରେ ଲାଗିଲାଣି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *