ତାଲିବାନ ସରକାରଙ୍କ ନୂଆ ନିୟମ: ୨୦୦୦ରୁ ୨୦୨୦ ମଧ୍ୟରେ ପାଠ ପଢ଼ିଥିବା ସବୁ ଛାତ୍ରଛାତ୍ରୀଙ୍କ ଡିଗ୍ରୀ ବେକାର

କାବୁଲ: ତାଲିବାନ୍‌ର ନୂଆ ନିର୍ଦ୍ଦେଶାନାମା । ୨୦୦୦ରୁ ୨୦୨୦ ବର୍ଷ ମଧ୍ୟରେ ପାଠ ପଢ଼ିଥିବା ଡିଗ୍ରୀଧାରୀଙ୍କୁ ଅବୈଧ ଘୋଷଣା କଲା ତାଲିବାନୀ । ଆଫଗାନ୍‌ରେ ତାଲିବାନ୍ ସରକାର ଦ୍ୱାରା ଏକ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ମାଦ୍ରାସାର ପାଠପଢାକୁ ସର୍ବୋତ୍ତମ ଏବଂ ୨୦ ବର୍ଷର ଡିଗ୍ରୀଧାରୀଙ୍କ ପାଠପଢାକୁ ଅବୈଧ ତଥା ଅଦରକାରୀ ବୋଲି ଘୋଷଣା କରାଯାଇଛି । ଜାରି କରାଯାଇଥିବା ନୂଆ ନିୟମାବଳୀରେ କୁହାଯାଇଛି ଯେ, ଗତ କୋଡିଏ ବର୍ଷ ମଧ୍ୟରେ ହାଇସ୍କୁଲରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଆଫଗାନିସ୍ତାନରେ ହାସଲ ହୋଇଥିବା ଡିଗ୍ରୀକୁ କୌଣସି ମହତ୍ତ୍ୱ ଦିଆଯିବ ନାହିଁ । ସ୍ଥାନୀୟ ଅଞ୍ଚଳର ଗଣମାଧ୍ୟମ ଖବର ଅନୁଯାୟୀ, ୨୦୦୦ ବର୍ଷରୁ ଆରମ୍ଭ କରି ୨୦୨୦ ମସିହାର ଶିକ୍ଷାବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଡିଗ୍ରୀକୁ କୌଣସି ମାନ୍ୟତା ମିଳିବ ନାହିଁ ବରଂ ଏହା ଅବୈଧ ବୋଲି ତାଲିବାନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । କାବୁଲ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ସହିତ ବସିଥିବା ଏକ ବୈଠକରେ ତାଲିବାନ ସରକାରର ଉଚ୍ଚଶିକ୍ଷା କାର୍ଯ୍ୟନିର୍ବାହୀ ମନ୍ତ୍ରୀ ଅବଦୁଲ ବଙ୍କି ହକାନି ଏହି ନିୟମ ବିଷୟରେ ଆଲୋଚନା କରିଥିଲେ । ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି,ଗତ କୋଡିଏ ବର୍ଷ ମଧ୍ୟରେ ହାଇସ୍କୁଲରରୁ ନେଇ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କର ଡିଗ୍ରୀ କୌଣସି କାମରେ ଆସିବ ନାହିଁ । ଅଣ ତାଲିବାନ ସରକାର ସମୟରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ହମିଦ କରଜଇ ଏବଂ ଆଶ୍ରାଫ ଗନିଙ୍କ ଆମେରିକା ସମର୍ôଥତ ସରକାର ସହ ଲଢୁଥିବା ସମୟରେ ଯେଉଁମାନେ ଡିଗ୍ରୀ ହାସଲ କରିଛନ୍ତି ସେମାନଙ୍କ ଡିଗ୍ରୀକୁ ଅବୈଧ ଘୋଷଣା କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *